ଭିଜିଲାନ୍ସ ଜାଲରେ ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ

ଭିଜିଲାନ୍ସ ଜାଲରେ ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ
ଭିଜିଲାନ୍ସ ଜାଲରେ ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ

  • ଭୁବନେଶ୍ୱର, ୬ା୯ : ଝାରପଡ଼ା ଜେଲ୍ର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ତଥା ବର୍ତ୍ତମାନ କେଉଁଝର ଜେଲର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଆଜି ଭୋରୁ ଭିଜିଲାନ୍ସ ଚଢଉ କରିଛି । ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦ ଘର, ଖଣ୍ଡଗିରି ସିଦ୍ଧବିହାର ସ୍ଥିତ ପୈତୃକ ବାସଭବନ, ଭଦ୍ରକ, ନରସିଂଙ୍ଗପୁର ଗାଁ, ଝାରପଡ଼ା ସ୍ପେଶାଲ ଜେଲ୍ କଲୋନୀ ସରକାରୀ କ୍ୱାଟର୍ସ(ବଦଳି ପରେ ବି ଜବରଦସ୍ତି ଅଛନ୍ତି), କେଉଁଝର ସରକାରୀ କ୍ୱାଟର୍ସ, ଝାରପଡାରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଇଛି । ଭିଜିଲାନ୍ସର ୭ଜଣିଆ ଟିମ୍ ଏହି ଚଢଉରେ ସାମିଲ ଥିଲେ । ଯେଉଁଥିରେ ୧୨ଜଣ ଡିଏସ୍ପି, ୧୧ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲଥିଲେ । ଚଢଉ ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ସମ୍ପତ୍ତି ଦେଖି ଜଳକା ହୋଇଛନ୍ତି । ତାଙ୍କ ନାମରେ ଝାରପଡ଼ାରେ ୧.୫କୋଟିର ଗୋଟିଏ ୪ତାଲା ବିଲ୍ଡିଂ ରହିଛି । ସେହିପରି ତାଙ୍କ ନାମରେ ଭୁବନେଶ୍ୱର ମୁଖ୍ୟ ସ୍ଥାନରେ ୪ଟି ଦାମୀ ପ୍ଲଟ୍ ରହିଛି । ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ୍ ଏବଂ ପୋଷ୍ଟାଲରେ ୬.୨୪ଲକ୍ଷର ଜମା ରହିଛି । ଗୋଟିଏ ୪ଚକିଆ ଥିବା ବେଳେ ଗୋଟିଏ ଦୁଇ ଚକିଆ ବାଇକ୍ ରହିଥିବା ବେଳେ ୧୪.୪୬ଲକ୍ଷ ଟଙ୍କାର ଘରର ଆସବାବପତ୍ର ରହିଛି । ବଡ଼ କଥା ହେଲା ବାବୁଙ୍କ ଘରୁ ୮ଟି ଦାମୀ ଘଣ୍ଟା ଜବତ କରାଯାଇଛି । ଯାହାର ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ । ଭିଜିଲାନ୍ସ ଯାଞ୍ଚ ବେଳେ ତାଙ୍କ ଘରୁ ଦାମୀ ମଦ ମିଳିଛି । ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ । ଲକ୍ଷାଧିକ ଟଙ୍କାର ମଦ ବୋତଲକୁ ଜବତ କରିଛି ଭିଜିଲାନ୍ସ । । ସତ୍ୟପ୍ରକାଶ ସରକାରଙ୍କ ଦେଉଥିବା ସମ୍ପତ୍ତି ତାଲିକା ଲୁଚାଇଥିଲେ । ଆଉ କଏଦୀଙ୍କ ଟଙ୍କାରେ ସେ ପରିବାର ସହ ବିଦେଶ ଭ୍ରମଣ କରୁଥିଲେ ।  ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ । ୨୦୨୦ ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ଝାରପଡା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବା ଅପରାଧୀଙ୍କ ପାଖୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡିଥିଲା ପୁଳା ପୁଳା ପିଟିସନ ହୋଇଥିଲା ।  ବଡ଼ କଥା ହେଲା ଜେଲ୍ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ନାମରେ ୨୦୨୩ରେ ଭିଜିଲାନ୍ସରେ ଜଣେ କଏଦୀ ଅଭିଯୋଗ କରିଥିଲେ । ସତ୍ୟପ୍ରକାଶ ଝାରପଡ଼ାରେ ଜେଲ୍ରେ ଥିବା ବେଳେ କଏଦୀଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା ନେଇ ୨୦୨୩ରେ କଏଦୀ ଲକ୍ଷ୍ମଣ ଶ୍ରୀନିବାସନ୍ ଅଭିଯୋଗ କରିଥିଲେ । ସେ ଏନେଇ ଭିଜିଲାନ୍ସ ନିଦେ୍ର୍ଦଶକ ଯଶବନ୍ତ ଜେଠୱାଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ସେ ସତ୍ୟପ୍ରକାଶ ସ୍ୱାଇଁ ଏବଂ ଝାରପଡ଼ା ଜେଲ୍ର ତକôାଳୀନ ଫାର୍ମାସିଷ୍ଟ ଶବସ୍ନାତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ କରିଥିଲେ ।