୫୦ୟୁନିଟ୍ ରକ୍ତ ସଂଗୃହୀତ

 କଟକ :  ସ୍ଥାନୀୟ ସିଡିଏ ସେକ୍ଟର ୮ ସ୍ଥିତ ଜନଶିକ୍ଷଣ ସଂସ୍ଥାନ କାର୍ଯ୍ୟାଳୟରେ ରୋଟାରୀ କ୍ଲବ ଅଫ କଟକ ମିଡ଼ ଟାଉନ, ଜନଶିକ୍ଷଣ ସଂସ୍ଥାନ, ଇନରହୁ୍ୟଇଲ କ୍ଲବ ଜେଏସ୍ଏସ ରୋଟୋରାକ୍ଟ କ୍ଲବ ଏବଂ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସିଡିଏ ସେକ୍ଟର ୮ ସ୍ଥିତ ଜନଶିକ୍ଷଣ ସଂସ୍ଥାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୋଟାରିଆନ ଜଜ୍ଞାଶିଷ ମହାପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ଅଫ କଟକ ମିଡ଼ ଟାଉନର ସଭାପତି ଡ ଆଶୁତୋଷ ଦେବତା, ଡ ମିତା ଦେବତା, ଶୈଳେନ୍ଦ୍ର ନାରାୟଣ ଠାକୁର, ବିଭୂତି ଭୂଷଣ ରାଉତ, କାହ୍ନୁଚରଣ ଦାସ, ଡ ସତ୍ୟ ରାୟ, ମେଜର ଏନକେ ଶତପଥି, ଡ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ ରାମ ପ୍ରସାଦ ରାୟ, ସନ୍ଦୀପ ସ୍ୱାଇଁ, ମୃତୁ୍ୟଞ୍ଜୟ ବ୍ୟଜ, ସଂଜୟ ପାତ୍ର, ଅନିମା ଦାସ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ । ଏହି ରକ୍ତଦାନ ଶିବିରରୁ ୫୦ୟୁନିଟରୁ ଊଦ୍ଧ୍ୱର୍ ରକ୍ତ ସଂଗୃହୀତ ହୋଇଥିଲା । ଶେଷରେ ସମ୍ବିଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।