ପୂର୍ବତନ ସରପଞ୍ଚଙ୍କ ପରଲୋକ

 ରଗଡ଼ି : କୋରେଇ ବ୍ଲକ କାଚରାସାହି ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ତଥା ଅଭିଭକ୍ତ କନ୍ତୋର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶିଷ୍ଟ ଫୁଟବଲ ଖେଳାଳି ରାମଚନ୍ଦ୍ର ଭଞ୍ଜ (୭୫)ଙ୍କ ହୃଦଘାତରେ ପରଲୋକ ଘଟିଛି । ବୁଧବାର ସକାଳେ ମରଶରୀର ତାଙ୍କ ଗ୍ରାମ ନହଣକୁଳରେ ପହଁଚିଥିଲା । ଖବର ପାଇ ସରପଞ୍ଚ ରାଜେନ୍ଦ୍ର କୁମାର ରାଉତ ରାୟ, ଗୌରୀ ଶଙ୍କର ମହାପାତ୍ର, ସନ୍ତୋଷ କୁମାର ସ୍ୱାଇଁ ଓ ସାରଙ୍ଗଧର ପ୍ରଧାନ, ଜିଲା ପରିଷଦସଭ୍ୟା ସସ୍ମିତା ତରାଇ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାଶ, ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ବରାଳ ଓ ଅଥୟ କୁମାର ମହାନ୍ତି, ପଛିକୋଟ ବିଜେଡି ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, କଂଗ୍ରେସ ନେତା ହରେକୃଷ୍ଣ ସାହୁ, ଶିକ୍ଷାବିତ ଜୟାନନ୍ଦ ପଟ୍ଟନାୟକ, ଲକ୍ଷ୍ମୀଧର ରାଉତ, ବିଜୟ କୁମାର ନାୟକ ଓ ଯଯାତି କେଶରୀ ମହାପାତ୍ର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତୁ୍ୟରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ରାଜ୍ୟ ବିଜେଡି ଉପ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ପୂର୍ବତନ ବିଧାୟକ ଅଶୋକ ବଳ, ପ୍ରୀତିରଞ୍ଜନ ଘଡ଼ାଇ, ପୂର୍ବତନ ବିଧାୟକ ରାମଚନ୍ଦ୍ର ଖୁଣ୍ଟିଆ ଓ ପୂର୍ବତନ  ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଶେଷ ଶଯ୍ୟା ନିକଟରେ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମାଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ ।