ପଞ୍ଚାୟତ ସମିତି ଅଧିବେଶନ : ବକେୟା ଅର୍ଥ ବିନିଯୋଗ ପାଇଁ ନିଦେ୍ର୍ଦଶ 

 ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ୧୧ତମ ଅଧିବେଶନ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବୈଠକ ବିବରଣୀ ପାଠ ଅବସରରେ ବ୍ଲକରେ ବିଭିନ୍ନ ଯୋଜନାରେ ପଡି ରହିଥିବା ୧୯କୋଟି ଅର୍ଥକୁ ତୁରନ୍ତ ବିନିଯୋଗ କରିବାକୁ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ ପରାମର୍ଶ ଦେଇଥିଲେ । ପାନୀୟ ଜଳ ଆଲୋଚନାରେ କୁପାରୀ ଜୋନର ୭ ପଞ୍ଚାୟତରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଏବଂ ପାଇପ ବିଛା ପାଇଁ କଟାଯାଇଥିବା ରାସ୍ତାକୁ ମରାମତି କରିବାକୁ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । 
ସେହିପରି ଖାଦ୍ୟ ସୁରକ୍ଷା ଆଲୋଚନାରେ ବାଉଁଶଗଡିଆ, ହରିପୁର ଇତ୍ୟାଦି ପଞ୍ଚାୟତରେ ଖାଲି ପଡିଥିବା ୧୧ ଡିଲର ପଏଣ୍ଟକୁ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଧାୟକ ପଦ୍ମଲୋଚନ ପଣ୍ଡା ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ କୃଷି, ଉଦ୍ୟାନବିଭାଗ, ଏମଜିଏନଆରଜିଏସ, ଜଳନିଧି ଯୋଜନା ସମ୍ପର୍କରେ ସଂପୃକ୍ତ ଅଧିକାରୀମାନେ ପ୍ରକାଶ କରିଥିଲେ । ସମସ୍ତଙ୍କ ସୁବିଧା ପାଇଁ ଖଇରା ମେଡିକାଲ ପରିସରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ପାଇଁ ନହଙ୍ଗ ସମିତିସଭ୍ୟ ନେତୃବୃନ୍ଦଙ୍କୁ ଅନୁରୋଧ କରିବା ପରେ ଏହାକୁ ଗୃହରେ ସମସ୍ତେ ସ୍ୱାଗତ କରିଥିଲେ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ନାରାୟଣ ସାହୁ, ତହସିଲଦାର ଅମିତ ରଞ୍ଜନ ହୋତା, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ପ୍ରଭାକର ମିଶ୍ର, ବିଇଓ ଗଦାଧର ଦାସ, ଜିପିଓ ଅଶୋକ ପାତ୍ରଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ ।