ମାଲକାନାଗିରିରେ ବଢିଲା ଇଣ୍ଟରନେଟ୍ କଟକଣା
ମାଲକାନାଗିରି : ମାଲକାନାଗିରିରେ ବଢିଲା ଇଣ୍ଟରନେଟ୍ କଟକଣା । ମାଲକାନାଗିରିରେ ଆଉ ୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । କାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କଲା ପ୍ରଶାସନ । ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଯକଣା ବୃଦ୍ଧି କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାରି କଲେ ନିର୍ଦ୍ଦେଶନାମା । ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା । ଗାଁରେ ମିଳିଥିବା ମୁଣ୍ଡ ବିହୀନ ମୃତ ଦେହ ମିଳିବା ପରେ ଦୁଇ ଗାଁ ମୁହାଁମୁହିଁ ହୋଇଥିଲେ । ଯାହାଫଳରେ ଦୁଇ ଗାଁରେ ଗଣ୍ଡଗୋଳ ହୋଇ ବହୁ ଘର ଜାଳି ଦେଇଥିଲେ । ପ୍ରଶାସନ ପକ୍ଷରୁ ଗତ କାଲି ଇଣ୍ଟରନେଟ୍ କଟକଣା ଲାଗୁ କରା ଯାଇଥିଲା ।