ନୂଆପଡ଼ା ଉପନିର୍ବାଚନ: ବିଜେଡିରୁ ଜୟ ଢୋଲକିଆ !

ନୂଆପଡ଼ା ଉପନିର୍ବାଚନ: ବିଜେଡିରୁ ଜୟ ଢୋଲକିଆ !

ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ନିର୍ବାଚନରେ ବିଜେଡିରୁ ଜୟ ଢେଲକିଆ ପ୍ରାର୍ଥୀ ହେବା ନେଇ ସେ ସଙ୍କେତ ଦେଇଛନ୍ତି । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି । ଦଳ ଆଲୋଚନା କରି କିଏ ଦଳୀୟ ପ୍ରାର୍ଥୀ ହେବ ଘୋଷଣା କରାଯିବ ବୋଲି ଦେବୀ ମିଶ୍ର କହିଛନ୍ତି।