ପେଟ୍ରୋକେମିକାଲ ହବ୍ ପାଇଁ  ଓଡ଼ିଶା ପ୍ରସ୍ତୁତ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ରାସାୟନିକ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ଫିକିର ମିଳିତ ସହଯୋଗରେ ଭୁବନେଶ୍ୱରଠାରେ ଇଣ୍ଡିଆ କେମ୍ ୨୦୨୪ ପରିପ୍ରେକ୍ଷୀରେ ଶିଳ୍ପ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି  । ‘ଆଡଭାନ୍ସଡ୍ ଇଣ୍ଡିଆ: ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ପେଭିଂ  ଦି ଫୁ୍ୟଚର୍' ଶୀର୍ଷକ ତ୍ରୟୋଦଶ ଦ୍ୱିବାର୍ଷିକ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ ୨୦୨୪ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି  ସମ୍ମିଳନୀରେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପରୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ  । କାର୍ଯ୍ୟକ୍ରମରେ ଇଣ୍ଡିଆକେମ୍ ୨୦୨୪ସମ୍ମିଳନୀ ଉପରେ ଆଲୋକପାତକରାଯାଇଥିଲା । 
ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଗୁଜରାଟ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ  ଆଲୋକପାତ କରିଥିଲେ । ସେ କହିଥିଲେ   ଯେ,  ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଥିବା  ଇଣ୍ଡିଆକେମ୍-୨୦୨୪ ରେ ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପାଇଁ  ଉଲ୍କେଖନୀୟ ଭାବେ ଆକୃଷ୍ଟ କରିବ  ବୋଲି ଆଶା କରାଯାଉଛି । ଶ୍ରୀମତୀ ପଟେଲ ଗୁରୁତ୍ୱାରୋପ କରି କହିଥିଲେ ଯେ,  ଓଡ଼ିଶା ଏହାର ଦକ୍ଷ ମାନବ ସମ୍ବଳ ଏବଂ ଏହାର ଉପଯୋଗୀ ଉପକୂଳ ଅବସ୍ଥିତି ସହିତ ରସାୟନ  ଏବଂ ପେଟ୍ରୋକେମିକାଲର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ଯାହାକି  ଉତ୍ପାଦନ, ନିଯୁକ୍ତି ଏବଂ ରପ୍ତାନି ପାଇଁ ବିପୁଳ ସୁଯୋଗ ପ୍ରଦାନ କରିବ  ।  ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଶିଳ୍ପ ନୀତି ଓ ପ୍ରୋସôାହନ ସମ୍ପର୍କରେ ଆଲୋଚନା କରିଥିଲେ । ଭିତ୍ତିଭୂମି, ବନ୍ଦର ବ୍ୟବସ୍ଥା ଏବଂ ବିଦୁ୍ୟତ ଶୁଳ୍କରେ ରିହାତି  ସହିତ ଶିଳ୍ପ ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ ନିମନ୍ତେ  ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ । କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଏବଂ ନିଟ୍-ଜିରୋ ଲକ୍ଷ୍ୟ ହାସଲ ପାଇଁ ସବୁଜ ଜ୍ଞାନକୌଶଳରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାରଙ୍କ ସମର୍ପିତ ମନୋଭାବ ଉପରେ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।