ପୋକ୍ସୋ ମାମଲା ସମ୍ବନ୍ଧୀୟ ବୈଠକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଜିଲ୍ଲା ଓ ଦୌରାଜଜ ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଅଦାଲତରେ ବହୁ ଦିନରୁ ପଡି ରହିଥିବା ପୋକ୍ସୋ ମାମଲା ଓ ବାଳ ଅପରାଧ ନ୍ୟାୟ ପରିଷଦ ଅନ୍ତର୍ଗତ ମାମଲା ଗୁଡିକର ତ୍ୱରିତ ପରିଚାଳନା ଓ ଫଏସଲା ପାଇଁ ଆଲୋଚନା କରିଥିଲେ । ପାକ୍ସୋ ମାମଲାଗୁଡିକରେ ସମନଗୁଡିକ ପୋଲିସ୍ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା, ଜାମିନ ବିହିନ ପରୱାନାଗୁଡିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା, ତଦନ୍ତକାରୀ ଅଧିକାରୀମାନେ କୋର୍ଟରେ ହାଜର ହେଉ ନଥିବା ଓ ସାକ୍ଷ୍ୟପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ ବିଳମ୍ବ କରୁଥିବା ପ୍ରଭୃତି ସମସ୍ୟା ଗୁଡିକର ଆଲୋଚନା କରିଥିଲେ । ଏହ ସହ ବାଳ ଅପରାଧ ନ୍ୟାୟ ପରିଷଦ ଅଧିନରେ ଥିବା ବହୁ ପୁରୁଣା ୫ଟି ମାମଲାର କାଗଜପତ୍ର ଯାଞ୍ଚ କରାଯିବା ସହ ସାକ୍ଷୀମାନଙ୍କର ଅସହଯୋଗକୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା । ଏହି ପୁରୁଣା ମାମଲା ଗୁଡିକୁ କିଭଳି ଶିଘ୍ର ଫଏସଲା କରାଯିବ ସେ ସମ୍ବନ୍ଧରେ ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଥିଲେ । ଏହି ବୈଠକକୁ କୋର୍ଟ ରେଜିଷ୍ଟାର ରମାଦେବୀ ସୋରେନ ପରିଚାଳନା କରିଥିବା ବେଳେ ପୋକ୍ସୋ ବିଚାରପତି, ସରକାରୀ ଓକିଲ, ଅବକାରୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।