‘ସାଂସଦ ଖେଲ୍ ମହୋସôବ’ ଉଦ୍ଘାଟନ କଲେ ବୈଜୟନ୍ତ

 କେନ୍ଦ୍ରାପଡା : ପ୍ରଥମଥର ପାଇଁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବାକୁ ଥିବା ସାଂସଦ ଖେଲ୍ ମହୋସôବକୁ କେନ୍ଦ୍ରାପଡା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପ ସଭାପତି ବୈଜୟନ୍ତ ପଣ୍ଡା ଉଦ୍ଘାଟନ କରିଛନ୍ତି । ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଲୋକସଭା ଅଧିନରେ ଥିବା ୭ଟି ବିଧନସଭା ନିର୍ବାଚନ ମଣ୍ଡଳୀର ବହୁ ଖେଳାଳୀ ମାନେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ମହାକାଳପଡା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, କୀଶୋର କୁମାର ପଣ୍ଡା, ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଉପୀନ ରାଉତ, ଅମିତାବ ସୁଆର, ସମେତ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ମହୋସôବରେ ଭାଗ ନେବାପାଇଁ ଖେଳାଳୀ ମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହାପରେ ତ୍ରିସ୍ତରୀୟ ଖେଳ ଆରମ୍ଭ ହୋଇ ଡିସେମ୍ବର ୨୫ରେ ଶେଷ ହେବ । ଉକ୍ତ ପ୍ରତିଯୋଗିତା ରେ ୮ଟି ବିଭାଗରେ ଖେଳାଳୀ ମାନେ ଭାଗନେଇ ପାରିବେ । ପ୍ରଥମେ ଗ୍ରାମ ପଂଚାୟତ ସ୍ତରୀୟ ଏହାପରେ ବିଧାନସଭା ସ୍ତରୀୟ ଓ ଲୋକସଭା କ୍ଷେତ୍ରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଲା ଗ୍ରାମାଞ୍ଚଳ ରେ ଥିବା ପ୍ରତିଭା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିବା । ଏଥିରେ ଜିଲ୍ଲା ପ୍ରଶାସନ ସହ ଜନ ସାଧାରଣଙ୍କର ସହଯୋଗ ଆବଶ୍ୟକ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।