ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ 

 କେନ୍ଦ୍ରାପଡ଼ା: ବଳଦେବ ସେନା ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଆସୁଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳଦେବ ସେନାର ପଂଚମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁଯାଉଛି । ଏଥିନିମନ୍ତେ ସନ୍ଧ୍ୟାରେ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମାଉସୀମା ମନ୍ଦିର ସ୍ଥିତ ସେନା କାର୍ଯ୍ୟାଳୟରେ ବଳଦେବ ସେନା ପକ୍ଷରୁ ସଭାପତି ପପୁନ୍ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ନିରଞ୍ଜନ ସୁଆର, ସମ୍ପାଦକ ଅମର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ମୁଖପାତ୍ର ଜ୍ୟୋତି ରଞ୍ଜନ ପତ୍ରୀ, ହିମାଂଶୁ ରାଉତ, ଅନିଶ ସୂତାର, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଲଲାଟେନ୍ଦୁ ବେହେରା, କ୍ରାନ୍ତି ପ୍ରକାଶ ରଣା, ଉମାକାନ୍ତ ବେହେରା, ପ୍ରୀତମ ଦାସ, ଗୌତମ ସାହୁ, ଶ୍ରୀକାନ୍ତ ଜେନା, ଭବାନୀ କେଶରୀ ସାହୁ, କମଲ ଲୋଚନ ସାହୁ, ରାକେଶ ମହାନ୍ତିଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ କିପରି ଏହି ଶିବିରକୁ ଏକ ବିଶାଳ ଶିବିର ରୂପେ ପରିଗଣିତ କରାଯିବ, ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ରକ୍ତର ଅଭାବକୁ କିପରି ଏଡାଯାଇ ପାରିବ ଏହାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଷ୍ପତି ନିଆଗଲା ଯେ, ଡିସେମ୍ବର ମାସ ୨୨ତାରିଖ ରବିବାର ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ରକ୍ତଦାନ ଅନୁଷ୍ଠିତ ହେବ । ରକ୍ତଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ୯୧୧୪୫ ୩୧୧୭୦, ୯୩୪୮ ୮୦୪୭୩୮,  ୭୦୦୮୭୭୬୧୩୩ ଓ ୯୩୪୮୭୮୦୦୨୩ ନଂରେ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରାଇ ପାରିବେ ।