ଜନସେବା କେନ୍ଦ୍ରରେ ଠକେଇ ଅଭିଯୋଗ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଞ୍ଚାୟତଠାରେ ଥିବା ଜନସେବା କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ପୁରୁଷୋତମପୁର ବରହ୍ମପୁର ଗ୍ରାମର ଶରତ ପରିଡା, ହରେକୃଷ୍ଣ ପରିଡା, ଲୁସି ପରିଡା ପ୍ରମୁଖଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନା, ବଳିଆ ଯୋଜନା ଓ ଆବାସ ଯୋଜନା ଟଙ୍କା ଆସିଥାଏ । ଏହି ବ୍ୟକ୍ତିମାନେ ଅଶିକ୍ଷିତ ଥିବାରୁ ଜନସେବା କେନ୍ଦ୍ରର ମାଲିକ ଏମାନଙ୍କର ବ୍ୟାଙ୍କ ଖାତାକୁ ରଖି ଟିପ ନେଇ ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠଇ ହିତାଧିକାରୀମାନଙ୍କୁ ମାତ୍ର ଥରକରେ ୨ ହଜାର ୪ ହଜାର ଟଙ୍କା ପ୍ରଦାନ କରିଥାଏ । ଏ ବିଷୟରେ ଶରତ ଚନ୍ଦ୍ର ପରିଡାଙ୍କୁ ସନେ୍ଦହ ହେବାରୁ ସେ ତାଙ୍କ ପୁତ୍ରକୁ ବ୍ୟାଙ୍କ ଖାତା ଦେଇ ବ୍ୟାଙ୍କୁ ଯାଇ ସେଠାରେ କେତେ ଟଙ୍କା ଆସିଛି ଦେଖିବାକୁ କହିଥିଲେ । ସେଠାରେ ଜଣା ପଡିଥିଲା ଯେ ବ୍ୟାଙ୍କ ଖାତାକୁ ୬୦ ହଜାର ଟଙ୍କା ଆସିଥିବା ବେଳେ ଜନସେବା କେନ୍ଦ୍ର ମାଲିକ ତାଙ୍କୁ ମାତ୍ର ୬ ହଜାର ଟଙ୍କା ପ୍ରଦାନ କରି ଅବଶିଷ୍ଟ ଟଙ୍କାକୁ ହଡପ କରିଥିଲେ । ଏ ବିଷୟରେ ସେ ଜାଣିବା ପରେ ଜନସେବା କେନ୍ଦ୍ର ମାଲିକକୁ ପଚାରିବାରୁ ସେ ତାଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଓ ଟଙ୍କା ହଡପ କରିଥିବା ନେଇ ସଦର ଥାନାରେ ଏତଲା ଦେଇଛନ୍ତି । ଥାନା ଅଧିକାରୀ ଏତଲା ପାଇବା ପରେ ତଦନ୍ତ କରୁଥିବା ଜଣାପଡିଛି ।