ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

 ଯାଜପୁର ଟାଉନ : ପଞ୍ଚାୟତ ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସ ଅନିୟମିତତା ନେଇ ଘଂଟିଆଳୀ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ପଞ୍ଚାୟତବାସୀଙ୍କ ଅଗୋଚରରେ ପଞ୍ଚାୟତ ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସକୁ କାହାକୁ ନ ଶୁଣାଇ ଏହାକୁ ନିଲାମ ଦେଖେଇ ଅନ୍ୟ ହାତରେ ଟେକି ଦେଇଥିବା ପଞ୍ଚାୟତବାସୀ ସିଧାସଳଖ ଅଭିଯୋଗ କରିଛନ୍ତି । ଏପରି ଘଟଣା ବିଞ୍ଝାରପୁର ବ୍ଲକ ଘଂଟିଆଳୀ ପଞ୍ଚାୟତ ଘଂଟିଆଳୀ ଗ୍ରାମରେ ଦେଖିବାକୁ ମିଳିଛି । 
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଓ ପୁରୁଷ ବୁଧବାର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ଘଂଟିଆଳୀ ପଞ୍ଚାୟତରେ ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସରେ ଅନିୟମିତତା ହୋଇଛି । ପଞ୍ଚାୟତବାସୀଙ୍କ ଅନୁପସ୍ଥିତିରେ ପଞ୍ଚାୟତର ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସକୁ ନିଲାମ କରାଯାଇଛି । ପୋଖରୀ ଓ ମାର୍କେଟ୍ କମ୍ପ୍ଲେକ୍ସ ନିଲାମ ହେବା ଫଳରେ ଗ୍ରାମବାସୀ କୌଣସି ଉପକାର ପାଇପାରୁନାହାଁନ୍ତି । ଏଥିପାଇଁ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବିଡିଓଙ୍କ ପାଖକୁ ଅଭିଯୋଗ କରିଥିଲେ ମଧ୍ୟ ବିଡିଓ କିଛି ଶୁଣିନଥିଲେ । ଶେଷରେ ନିରାଶ ହୋଇ ଘଂଟିଆଳୀ ପଞ୍ଚାୟତବାସୀ ଆଜି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପୁନର୍ବାର ସେହି ପୋଖରୀ ଓ ମାର୍କେଟ କମ୍ପ୍ଲେକ୍ସ ନିଲାମ ହେବା ପାଇଁ ପଞ୍ଚାୟତବାସୀ ଦାବିପତ୍ରରେ ଉଲ୍ଲେଖ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଯଦୁମଣି ଧଳ, ବର୍ଷା ବେହେରା, ରବୀନ୍ଦ୍ର ଧଳଙ୍କ ସମେତ ଘଂଟିଆଳୀବାସୀ ଉପସ୍ଥିତ ଥିଲେ ।