ନୀଳମାଧବ ହେଲେ ଉପଜିଲ୍ଲାପାଳ
ଆନନ୍ଦପୁର : ବାଲେଶ୍ୱର ଜିଲ୍ଲା ବାହାନଗା ବିଡିଓ ନୀଳମାଧବ ସୁନା ନୂତନ ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉପଜିଲ୍ଲାପାଳ ନୀଳମାଧବ ବିଦାୟୀ ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆନନ୍ଦପୁର ଉପଖଣ୍ଡ ଏକ ସମସ୍ୟା ବହୁଳ ଏବଂ ରାଜନୈତିକ ସ୍ପର୍ଶକାତର ଅଂଚଳ ହୋଇ ଥିବା ବେଳେ ଏହି ଉପଖଣ୍ଡ ଅଧୀନରେ ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀ ଏବଂ ୩ ଗୋଟି ବ୍ଲକ୍ ଅବସ୍ଥିତ । ତେଣୁ ଉପଖଣ୍ଡରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଦୃଷ୍ଟି ଦେଇ ଏହାର ସମାଧାନ ଦିଗରେ ଯତ୍ନବାନ ହେବାକୁ ସ୍ଥାନୀୟ ଜନସାଧାରଣ ଆଶା ରଖିଛନ୍ତି ।