ରବି ଧାନକ୍ରୟର ଶୁଭାରମ୍ଭ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଧାମନଗର ସେବା ସମବାୟ ସମିତି ଠାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ରବି ଧାନ କ୍ରୟର ମଣ୍ଡି ଶୁଭାରମ୍ଭ କରିଛନ୍ତି । ଏହା ସହିତ ବିରି, ମୁଗ, ସୂର୍ଯ୍ୟମୁଖୀ, କିଣା ଯିବା ପାଇଁ ମଣ୍ଡିର ସୁବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ସୁରଜ କହିଛନ୍ତି ଯେ ଚାଷୀ ଯେପରି ରବି ଧାନ ବିକ୍ରି କରିବା ପାଇଁ ସହଜ ସୁଗମ ସ୍ୱଛତା ଅବଲମ୍ବନ କରି ବିକ୍ରି କରି ପାରିବ । ଏ ନେଇ ବିଭାଗୀୟ ଅଧିକାରୀ ଜିଲ୍ଲା ପ୍ରଶାସନ ଯନôବାନ ହୋଇ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଳିଶ ହଜାର କୁଇଣ୍ଟାଲ ଧାର୍ଯ୍ୟ ଲକ୍ଷ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ହଜାର ଚାଷୀ ପଞ୍ଜିକୃତ କରିଥିବା କଣାପଡ଼ିଛି । ଏହି ରବି ଧାନ କ୍ରୟ ଶୁଭାରମ୍ଭ ଉସôବରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ଏବଂ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।