୮ ସହରରେ ଟେକ୍ ଟାୱାର

 ଭୁବନେଶ୍ୱର:   ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ‘ଓଡ଼ିଶାର ଆଇ.ଟି./ଆଇ.ଟି.ଇ.ଏସ୍. ରୋଡ଼ମ୍ୟାପ୍’ ପ୍ରସ୍ତୁତି ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ସହ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ । 
ଏହି ଅବସରରେ ଡ଼ଃ ମହାଲିଙ୍ଗ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଆଭିମୁଖ୍ୟକୁ ସାକାର କରିବାପାଇଁ ଏବଂ ଆଇ.ଟି. ପରିବେଶର ଭବିଷ୍ୟତ ବିକାଶ ପାଇଁ ଓଡ଼ିଶା ସରକାର ଅଙ୍ଗୀକାରବଦ୍ଧ  । ଏଆଇ ନୀତି ପ୍ରବର୍ତ୍ତନ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ସେ ଉଲ୍ଲେଖ କରିଥିଲେ  ।  କର୍ମଶାଳାରେ ବିଶାଳ କୁମାର ଦେବ କହିଥିଲେଯେ, ଏଆଇ ନୀତି ଏବଂ ଆଗାମୀ ଜିସିସି ଓ ଫିନଟେକ୍ ନୀତିର ଶୁଭାରମ୍ଭ କରିବା ସହିତ ଏହି ନୀତିକୁ ସକ୍ରିୟ ଭାବରେ ଆଗକୁ ବଢ଼ାଇ ଏକ ନୂଆ ପରିବେଶ ସୃଷ୍ଟି ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି  । ଆଇଟି ବିଭାଗ ପକ୍ଷରୁ ୮ଟି ପ୍ରମୁଖ ସହରରେ ଟେକ୍ ଟାୱାର ସ୍ଥାପନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି  । ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଆଇଟି ପାର୍କ ବିକାଶ ପାଇଁ ଆବଶ୍ୟକ ମୁତାବକ ଜମି ଅଧିଗ୍ରହଣ କରାଯାଉଛି  ।