ପୋଷ୍ଟାଲ୍ ଡିଭିଜନ୍ର ଜନ୍ମ ବାର୍ଷିକ ଉତ୍ସବ

 କେନ୍ଦ୍ରାପଡା:  କେନ୍ଦ୍ରାପଡା ପୋଷ୍ଟାଲ୍ ଡିଭିଜନ୍ର ଚତୁର୍ଥତମ ଜନ୍ମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଡିଭିଜନର ସୁପରିଟେଣ୍ଡେଣ୍ଟ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ୍ମ ଉତ୍ସବରେ ଆଇପିପିବିର ଶାଖା ପରିଚାଳକ ଦୁର୍ଗାମାଧବ ପରିଡା, ମୁଖ୍ୟ କାର୍ଯ୍ୟାଳୟର ଏଏସ୍ପି ବିଭୁତି ଭୂଷଣ ପଣ୍ଡା, ନର୍ଥ ସବ୍ଡିଭିଜନର ଏଏସ୍ପି ବିଜୟ କୁମାର ପ୍ରଧାନ, ସାଉଥ୍ର ସଚିନ୍ କୁମାର, ପଟ୍ଟାମୁଣ୍ଡାଇ ଡିଭିଜନର ଅଙ୍କୁର ନସ୍କାରଙ୍କ ସହ ପୋଷ୍ଟ ମାଷ୍ଟର ଉପସ୍ଥିତ ରହି ବ୍ୟବସାୟ କ୍ଷେତ୍ରରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସଭାରେ ସମସ୍ତ ଅତିଥି, କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଡିଭିଜନଟି କିଭଳି ଆହୁରି ଆଗକୁ ବଢିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଭରସର୍ କମଳାକାନ୍ତ ତ୍ରିପାଠୀ, ସେକ୍ ଲିୟାକତ୍ ଅଲ୍ଲୀ, ସେକ୍ ସନ୍ୱର ଅଲ୍ଲୀ, ତୃତୀୟ ଶ୍ରେଣୀ ଗ୍ରାମୀଣ ଡାକ କର୍ମଚାରୀ ସଂଘର ସଂପାଦକ ବିଜୟ କିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ସଫଳ କର୍ମଚାରୀ ୩୦ ଜଣଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା  ।