କ୍ରେଡିଟ କୋ-ଅପରେଟିଭ ସଂପାଦକ ଦାୟିତ୍ୱ ନେଲେ ଅରବିନ୍ଦ

କେନ୍ଦ୍ରାପଡା : କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ଅତିରିକ୍ତ ସଂପାଦକ ଅରବିନ୍ଦ ସାହୁଙ୍କୁ ସୋସାଇଟର ପୂର୍ଣ୍ଣକାଳୀନ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  । ପୂର୍ବରୁ ସଂପାଦକ ଥିବା ପ୍ରହଲ୍ଲାଦ ସାହୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଅରବିନ୍ଦଙ୍କୁ ସୋସାଇଟ ପକ୍ଷରୁ ପଦୋନ୍ନତି ଦିଆଯାଇ ଅବସ୍ଥାପିତ କରାଯାଇଛି । ଅବିଭକ୍ତ କଟକ ଜିଲ୍ଲାରେ କାର୍ଯ୍ୟ କରୁଥିବା କ୍ରେଡିଟ କୋ-ଅପରେଟିଭ ସୋସାଇଟର ପ୍ରାୟ ୧୭ଟି ଶାଖା କାର୍ଯ୍ୟ କରିବା ସହ ଆର୍ଥିକ ଦୁର୍ବଳ ଶ୍ରେଣୀ, ବ୍ୟବସାୟୀ ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ମଧ୍ୟରେ ଆର୍ଥିକ କାରବାର ପାଇଁ ସଫଳତା ହାସଲ କରିଛି । ଶ୍ରୀ ଅରବିନ୍ଦଙ୍କ ଏହି ପଦୋନ୍ନତିରେ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟିଥିବା ବେଳେ କୋ-ଅପରେଟିଭ ସଂସ୍ଥା ଅଧିକ ଉନ୍ନତି ଲାଭ କରିବ ବୋଲି ଆଶା କରାଯାଉଛି ।