ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ

ସାଲେପୁର : ମା’ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ୯ମ ବାର୍ଷିକ ଉତ୍ସବ ରାମକୃଷ୍ଣପୁରର ବାଲିସମଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ସୂର୍ଯ୍ୟକାନ୍ତ ସ୍ୱାଇଁ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାବିକାଶ ପରିଷଦ ଓଡ଼ିଶାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତାତ୍ରାଣ ଦାଶ, ସମ୍ମାନିତ ଅତିଥି ଭାବେ ହୀରାପୁର କ୍ଲଷ୍ଟର ସିଆରସିସି ଅଭୟ କୁମାର ବେହେରା, ସମାଜସେବୀ ବିଜୟ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିବାବେଳେ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।