ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଶିବ ସନେ୍ଦଶ ଅଭିଯାନ

 କେନ୍ଦ୍ରାପଡ଼ା  : ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ୮୯ ତମ ଶିବ ସନେ୍ଦଶ ଅଭିଯାନ ପାଳନ କରାଯାଇଛି । ସୁନେଇଲୋ ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ଅଭିଯାନ ଝଣ୍ଡା ଉତ୍ତୋଳନ କରାଯିବା ସହ ସହରରେ ଥିବା ବିଭିନ୍ନ ଶିବ ମନ୍ଦିର ନିକଟରେ ସନେ୍ଦଶ ବାର୍ତ୍ତା ପ୍ରଚାର କରାଯାଇଥିଲା । ଏଥିରେ ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମକୁମାରୀ ସ୍ନେହଙ୍କ ସମେତ ବ୍ରହ୍ମକୁମାରୀ ସୁଚିତ୍ରା, ବ୍ରହ୍ମକୁମାରୀ ସୁମିତ୍ରା, ବ୍ରହ୍ମକୁମାରୀ ପ୍ରଜ୍ଞା, ବ୍ରହ୍ମକୁମାରୀ ସ୍ମୃତି, ବ୍ରହ୍ମକୁମାର ବିଶ୍ୱରଞ୍ଜନ, ବ୍ରହ୍ମକୁମାର ମଦନ, ବ୍ରହ୍ମକୁମାର ଦୈତାରୀ, ବ୍ରହ୍ମକୁମାର ଗୋପେଶ୍ୱର ପ୍ରମୁଖ ଅନୁର୍ଗାମୀମାନେ ସହାୟତା କରିଥିଲେ ।