ଜିଲ୍ଲପାଳଙ୍କୁ ସାକ୍ଷାତ କଲେ ‘କେମ୍’ କର୍ମକର୍ତ୍ତା
କେନ୍ଦ୍ରାପଡ଼ା : ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍)ର କର୍ମକର୍ତ୍ତାମାନେ ଜିଲ୍ଳା କାର୍ଯ୍ୟାଳୟରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ୍ ଆୟାରଙ୍କୁ ସୌଜନ୍ୟ ସାକ୍ଷାତ କରି ଜିଲ୍ଳାର ସାମାଜିକ, ବୌଦ୍ଧିକ ଓ ସାଂସ୍କୃତିକ ବିକାଶ ପାଇଁ କାର୍ଯ୍ୟ କରୁଥିବା କେମ୍ ଅନୁଷ୍ଠାନ ସମ୍ୱନ୍ଧରେ ଅବଗତ କରିଥିଲେ । କେମ୍ ପକ୍ଷରୁ ହେଉଥିବା ବିଗତ ୨୨ବର୍ଷ ଧରି ଅନୁଷ୍ଠିତ ହେଇ ଆସୁଥିବା ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା, ସାହିତ୍ୟ ମହୋତ୍ସବ ଆଦି ବିଷୟରେ ସୁଚନା ଦେବା ସହ ଚଳିତ ବର୍ଷ କେନ୍ଦ୍ରାପଡ଼ା ରାଜ୍ୟସ୍ତରୀୟ ପୁସ୍ତକ ମେଳାର ବାର୍ଷିକ ଗବେଷଣାଧର୍ମୀ ମୁଖପତ୍ର "କେନ୍ଦ୍ରାପଡ଼ା ପରିକ୍ରମା’ ର ଭିତରକନିକା ବିଶେଷାଙ୍କ ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ "କେମ୍ ର ସଭାପତି ଇଂ ଅକ୍ଷୟ କୁମାର ପାଣି, ସମ୍ପାଦକ ମହମ୍ମଦ ଜାହିଦ ଖାଁ, ସହସଂପାଦକ ପ୍ରତାପ ସ୍ୱାଇଁ ବରିଷ୍ଠ ସଭ୍ୟ ବଂଶୀଧର ମହାନ୍ତି ପ୍ରମୁଖ ସାମିଲ୍ ରହିଥିଲେ ।