ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା
ବୈଶିଙ୍ଗା/ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ପଞ୍ଚାୟତର ଆମ୍ବଗାଡ଼ିଆ ବିକାଶ ପରିଷଦ ପକ୍ଷରୁ ଦ୍ୱିତୀୟଥର ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ବିକାଶ ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱରେ ବେତନଟୀର ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଥର ଜୁନ୍ ୧ତାରିଖରେ ଭଗବାନପୁର ବଙ୍ଗଳାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଉତ୍ସବରେ ପ୍ରଥମେ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ରେ ଧୂପ ଓ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପ ଅର୍ପଣ କରିଥିଲେ । ଏହି ଅବସରରେ ପଣ୍ଡିତ ଚକ୍ରଧର ଆଚାର୍ଯ୍ୟ ବେଦମନ୍ତ୍ର ପାଠ କରିବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ସମାଜସେବୀ ଲଲାଟେନ୍ଦୁ ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଝାବଣିଆଁର ସଂଚାଳକ ଆଚାର୍ଯ୍ୟ ବିଜୟଜୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବାବେଳେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ମିଶ୍ର, ସମ୍ମାନିତ ବକ୍ତା ଭାବେ ଭୀମ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାନ୍ତି, ରୂପସାର ଗଛ ମଣିଷ ରବିନ୍ଦ୍ର ବେହେରା ପ୍ରମୁଖ ଯୋଗଦାନ କରି ପ୍ରତିଭାମାନଙ୍କୁ ଉସôାହିତ କରିଥିଲେ । ସମ୍ବର୍ଦ୍ଧନା ସଭାରେ ମାଟ୍ରିକ ଓ +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିକାଶ ପରିଷଦର ସମ୍ପାଦକ କୁଳ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।