ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମାତୃ ବିୟୋଗ
ତାଳଚେର : ତାଳଚେର ପୂର୍ବତନ ବ୍ଲକ ଚେୟାରମ୍ୟାନ ମାନସ ଆଚାର୍ଯ୍ୟଙ୍କ ମା’ ନିରୁପମା ଆଚାର୍ଯ୍ୟ (୮୦)ଙ୍କର ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ । ମୁତ୍ୟଶଯ୍ୟା ନିକଟରେ ତାଙ୍କର ସାନପୁଅ ଆଇନଜୀବୀ ଦିପ୍ତିଶ ରଞ୍ଜନ ଆଚାର୍ଯ୍ୟ, ଝିଅ ରେଣୁବାଳା ଆଚାର୍ଯ୍ୟ, ବୋହୂ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ପରରୋପକାରୀ, ସହୃଦୟ ବ୍ୟକ୍ତି ଏବଂ ଗୀତା ଭାଗବତରେ ରୁଚି ରଖିଥିଲେ । ତାଙ୍କର ମୃତୁ୍ୟ ଖବର ପାଇ ତାଙ୍କ ବାସଭବନକୁ ପ୍ରାକ୍ତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, କଣ୍ଡାଳ ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ବ୍ରଜନାଥପୁର ସରପଞ୍ଚ, ଆଇନଜୀବୀ, ଟ୍ରକ ଆସୋସିଏସନ କର୍ମକର୍ତ୍ତା, ଅଲ୍ ଓଡିଶା ହୁ୍ୟମାନ୍ ରାଇଟସ୍ ସଭାପତି ଡଃ ଦେବେନ୍ଦ୍ର ସିଂହ ପହଞ୍ଚô ଏବଂ ଫୋନ ଯୋଗେ ପୂର୍ବତନ ପାଲହଡା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ପ୍ରମୁଖ ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇଥିଲେ । ପରିଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିଲା ।