ପ୍ରଥମ ଦିନରେ ୩ଟି ମ୍ୟାଚ୍ 

 ଭୁବନେଶ୍ୱର : ସୋମବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ବିଏସ୍ଏଫ୍ ଓ ତେଲେଙ୍ଗନା ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ    ବିଏସ୍ଏଫ୍ ଦଳ ତେଲେଙ୍ଗନା ପୁଲିସ ଦଳକୁ ୯-୨ ଗୋଲରେ ପରାସ୍ତ କରିଥିଲା । ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୁଲିସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍   ଖେଳା ଯାଇଥିଲା । ଏହି ମ୍ୟାଚ୍ରେ ଆଇଟିବିପି ଦଳ ଉତ୍ତରାଖଣ୍ଡ ପୁଲିସକୁ ୯-୧ ଗୋଲ୍ରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ୍ରେ ଝାଡଖଣ୍ଡ ପୁଲିସ ଓ ଛତିଶଗଡ ପୁଲିସ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ରେ ଝାଡ଼ଖଣ୍ଡ ପୁଲିସ ଛତିଶଗଡ ପୁଲିସକୁ ୪-୧ ଗୋଲରେ ପରାସ୍ତ କରିଥିଲା ।
ରାଜ୍ୟ କାରାଗାର ଓ ସଂସ୍କାର ସେବା ବିଭାଗର ଆରକ୍ଷୀ ମହାନିଦେ୍ର୍ଦଶକ ଅରୁଣ କୁମାର ରାୟ, ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗର ଆରକ୍ଷୀ ମହାନିଦେ୍ର୍ଦଶକ ଡା. ସୁଧାଂଶୁ ଷଡଙ୍ଗୀ ଓ ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ୟାଚ୍ ଗୁଡିକରେ  ଅତିଥି ଭାବେ ଅଂଶ ଗ୍ରହଣ  କରି ଖେଳାଳିଙ୍କୁ ଉସôାହିତ କରିଥିଲେ ।