ନର୍ସିଂ ବୃତ୍ତି ନୁହେଁ ଆହ୍ୱାନ: ରାଜ୍ୟପାଳ

 ଭୁବନେଶ୍ୱର  : ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିର୍ସଚ ସେଣ୍ଟର ଅଡିଟୋରିୟମରେ କଳିଙ୍ଗ ନର୍ସିଂ କଲେଜର ଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, "ଦୀପ ପ୍ରଜ୍ଜ୍ୱଳନ ସମାରୋହ ଗଭୀର ପ୍ରତୀକାତ୍ମକ ଏବଂ ଏହା ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ୍ ନାଇଟିଙ୍ଗେଲ୍ଙ୍କୁ ସ୍ମରଣ କରିବାର ଅବସର ଆଣେ ଓ ଏହା ପୀଢ଼ି ପୀଢ଼ିକୁ ପ୍ରେରଣ ଦେଇ ଆସୁଛି । ଦୀପ ପ୍ରଜ୍ଜ୍ୱଳନ ଜ୍ଞାନର ପ୍ରସାରଣ, ଜୀବନବ୍ୟାପୀ ଶିକ୍ଷାର ଆରମ୍ଭ ଏବଂ ରୋଗୀ ଯନôର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ ଗମ୍ଭୀର ପ୍ରତିଜ୍ଞାର ପ୍ରତୀକ । ନର୍ସିଂ ଏକ ବୃତ୍ତି ନୁହେଁ, ଏହା ଏକ ଆହ୍ୱାନ । ଏହା କେବଳ ବିଜ୍ଞାନ ଭିତ୍ତିକ ଜ୍ଞାନ ଏବଂ କ୍ଲିନିକାଲ୍ ଦକ୍ଷତା ନୁହେଁ, ଏହା ମାନବିକ ସ୍ପର୍ଶ-ସହାନୁଭୂତି, ଧୈର୍ଯ୍ୟର ବୃତ୍ତି । ନର୍ସିଂ ବୃତ୍ତିଧାରୀମାନେ ସାଧାରଣତଃ ପ୍ରଥମେ ରୋଗୀଙ୍କ ପାଖରେ ପହଞ୍ଚି ଏବଂ ଚିକିସôା ଶେଷ ପର୍ଯ୍ୟନ୍ତ ରୁହନ୍ତି । ସେମାନେ ଦୁଃଖରେ ସାନ୍ତ୍ୱନା ଏବଂ ହତାଶରେ ଆଶା ଆଣନ୍ତି । ଏପରି ଉସôର୍ଗୀକୃତ ନର୍ସିଂ ବୃତ୍ତିଧାରୀମାନଙ୍କୁ ଗଢ଼ିବା, ନୈତିକ ମୂଲ୍ୟବୋଧ ପ୍ରଦାନ କରିବା କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲ ଓ କଳିଙ୍ଗ ନର୍ସିଂ କଲେଜର ପ୍ରଚେଷ୍ଟାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।' ରାଜ୍ୟପାଳ ପୁଣି କହିଥିଲେ ଯେ, ନର୍ସିଂ ଛାତ୍ରଛାତ୍ରୀମାନେ ପରିଧାନ କରିଥିବା ଧଳା ପୋଷାକ ପବିତ୍ରତା, ବିଶ୍ୱାସ ଓ ପ୍ରତିବଦ୍ଧତାର ପ୍ରତୀକ । ଏଣୁ ସେମାନଙ୍କର ସେବା କରୁଣା ଓ ଉକôର୍ଷତା ଦ୍ୱାରା ପ୍ରତିପାଦିତ ହେଉ । ପ୍ରାରମ୍ଭରେ କଳିଙ୍ଗ ହସ୍ପିଟାଲର ଟ୍ରଷ୍ଟି ଏସ୍ସିଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ବିଦ୍ୟା ଭବନର ଚେୟାରମ୍ୟାନ ଜୟନ୍ତ କୁମାର ମହାନ୍ତି, ରିଜିଓନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଜୁକେଶନର ଅଧ୍ୟକ୍ଷ ଡ଼ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓବିଜିର ଏଚ୍ଓଡି ଡା. ସୁଜାତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।