ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରାୟଗଡା ମହିଳା ମହାବିଦ୍ୟାଳୟ
ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଫଳ ପ୍ରକାଶ ପାଇଛି । ବିଶ୍ୱ ବିଦ୍ୟାଳୟ ତରଫରୁ ଗୃହ ବିଜ୍ଞାନ ବିଭାଗରେ ଦଶ ଜଣଙ୍କ ମଧ୍ୟରୁ ରାୟଗଡା ମହିଳା ମହା ବିଦ୍ୟାଳୟର ଜଣେ ଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି । ଟପ୍ପର ଦଶ ଜଣଙ୍କ ମଧ୍ୟରୁ ପ୍ରମିଳା କିଣ୍ଡୋ ନବମ ସ୍ଥାନ ଗ୍ରହଣ କରିଛନ୍ତି । କୃତି ଛାତ୍ରୀଙ୍କ ଏହି ସଫଳତା ପାଇଁ ଗୃହ ବିଜ୍ଞାନ ବିଭାଗୀୟା ମୁଖ୍ୟ ନିହାର୍ ବାଳା ପଣ୍ଡା, ଭାରତୀ ଚୌଧୁରୀ, ଶ୍ରଦ୍ଧାଞ୍ଜଳି ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାଇବା ଶୌଳୀକୁ ନେଇ ବେଶ ପ୍ରଶଂସନୀୟ ହୋଇଛି । ମହିଳା ମହା ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଧ୍ୟାପିକା ମାନଙ୍କୁ ପ୍ରଶଂସା କରିଛନ୍ତି । ମହିଳା ମହା ବିଦ୍ୟାଳୟ ଏଭଳି ସଫଳତା ସମଗ୍ର ଜିଲ୍ଲାର ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିଛି । ରାୟଗଡ଼ା ମହିଳା ମହବିଦ୍ୟାଳୟର ଏହି ସଫଳତା ଅବିଭକ୍ତ କୋରାପୁଟ ଜିଲ୍ଲା ସହ ସମଗ୍ର ଦକ୍ଷିଣ ଓଡିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଭଳି ଫଳ ପ୍ରକାଶ ପାଇବା ପରେ ଗୃହ ବିଜ୍ଞାନ ପ୍ରତି ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରିଛନ୍ତି ।