ଚୋରା ମଦ ଓ ପୋଚ ଜବତ ଜଣେ ଗିରଫ

ନବରଙ୍ଗପୁର  :  ଅବକାରୀ ଏସପି ମିହିର କୁମାର ପଣ୍ଡା  ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ  ବିଭାଗୀୟ କର୍ମଚାରୀ ଏବଂ  ପାପଡାହାଣ୍ଡି ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମୀ ଏବଂ  ବିଭାଗୀୟ କର୍ମଚାରୀ ମାନଙ୍କ ସହ ପାପଡାହାଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀ ଉମାକାନ୍ତ ଶବର ଅଧକ୍ଷତାରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ  ବାରିଗୁଡା ଗ୍ରାମର ନାଳକୁ (ଡ୍ରେନ)  ତଲାସୀ କରି ୨୯୫୦ ଲିଟର ପୋଚ ଓ ୪୫୦ ଲିଟର  ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି  । ଘଟଣା ସ୍ଥଳରେ ପୋଚ, ମଦ, ଡ୍ରମ, ପ୍ଲାଷ୍ଟିକ ଜାରିକେନ ସହ ମୋଟର ଟୁ୍ୟବ ଘଟଣା ସ୍ଥଳରେ ନଷ୍ଟ କରାଗଲା । ବାରିଗୁଡା ଗ୍ରାମରୁ ନୁଆଗୁଡା ଗ୍ରାମ ରାସ୍ତାରେ ବାରିଗୁଡାର ଜଣେ ଆସାମୀ ଯୋଗେନ୍ଦ୍ର ଜାନି, ନିକଟରୁ ୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି  । ଅଭିଯୁକ୍ତ ଏସଡିଜେଏମଙ୍କ ଅଦାଲତରେ ହାଜର  କରାଯାଇଥିବା ଅବକାରୀ ନିରୀକ୍ଷକ ରଥ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ରେଶମା ସୁନା, ସୁଧାଂଶୁ ଶେଖର ବାଗ, ଆକ୍ରମ ଖାନ, କାଳିମଣି ମୁଦୁଲି ଓ ପ୍ରସାଦ ବଳ ବନ୍ତରାଏ ସହଯୋଗ କରିଥିଲେ  ।