ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

 ବୈତରଣୀ ରୋଡ଼ : କୋରେଇ ବ୍ଲକ ତରପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣଲତା ଭଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତୀ ଭଳ ତାଙ୍କ ଚାକିରୀ ଜୀବନ ୧୯୯୧ମସିହା ଫେବୃଆରୀ ୨ତାରିଖରୁ ତରପଦା ସରକାରି ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ନିଖିଳ ଶିକ୍ଷକ ସଂଗଠନ ଉପସ୍ଥିତିରେ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ରିଶିକାନ୍ତ ରାୟଙ୍କ ସଭାପତିିତ୍ୱ ସଭାରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ଭାବେ ନୀଳମଣି ନାୟକ ବିଜୟ ନାୟକ, ଅଶୋକ ସ୍ୱାଇଁ, ନୃସିଂହ ନାରାୟଣ ମିଶ୍ର, ପୂର୍ବତନ ସଭାପତି ରମାକାନ୍ତ ସାହୁ, ସଭାପତି କୋରାଇ ବ୍ଲକ ଶିକ୍ଷକ ସଂଘ ରମାକାନ୍ତ କାଣ୍ଡି ଓ ସ୍କୁଲ୍ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ବଳ ପ୍ରମୂଖ ଅଂଶଗ୍ରହଣ କରି ତାଙ୍କ ନିଷ୍ଠାପର ସେବା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟଶିକ୍ଷକ ମାନଙ୍କ ମଧ୍ୟରେ ସିଆର୍ସି ବିଜୟ କୁମାର ପରିଡ଼ା, ଗୌରାଙ୍ଗ ଚରଣ ଜେନା, ମିତାଲି ମଧୁମିତା ମିତ୍ର, ନାରାୟଣ ଶତପଥୀ, ମକରନ୍ଦ ପଣ୍ଡା, ଶ୍ରୀମତୀ ଭଳଙ୍କ ଜୀବନୀ କାର୍ଯ୍ୟ ଶୈଳୀ ଉଦେ୍ଦଶ୍ୟରେ ମତବ୍ୟକ୍ତ କରିଥିଲେ । ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ହରପ୍ରିୟା ମହାରଣା ସହଯୋଗ କରିଥିଲେ । ତାରାକୋଟ ସମିତି ସଭ୍ୟା ଫରିଦା ବେଗମ୍ ଶ୍ରୀମତୀ ଭଳଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ଦିଲୀପ ସାର୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।