ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ

 ବରୀ : ଉକ୍ରଳର ମା ରମାଦେବୀଙ୍କ ୪୦ତମ ଶ୍ରାଦ୍ଧ ବାର୍ଷିକୀ କର୍ମ ଭୂମିରେ ପ୍ରତିଷ୍ଠିତ ଗୋପବନ୍ଧୁ-ରମାଦେବୀ ଆଶ୍ରମ ଟ୍ରଷ୍ଟ ଦ୍ୱାରା ପାଳିତ ହୋଇଛି । ୧୯୩୯ ମସିହାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ରାମଚନ୍ଦ୍ରପୁରର ତକ୍ରାଳୀନ ମୌଳିକ ଶିକ୍ଷା ସ୍କୁଲ ତଥା ବର୍ତ୍ତମାନର ସରକାରୀ ହାଇସ୍କୁଲରେ ଡକ୍ଟର ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣୀ ନଦୀରେ ସାମୂହିକ ତିଳ ତର୍ପଣରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି, ଆଶ୍ରମ କର୍ମକର୍ତା, ସ୍କୁଲ ଶିକ୍ଷକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସଭାରେ ବକ୍ତୃତା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ ପୂର୍ବତନ ଶିକ୍ଷାଧିକାରୀ ରନôାକର ଶତପଥୀ, ପ୍ରଧାନ ଶିକ୍ଷକ ଶିବଶଙ୍କର ଜେନା, ନାଟ୍ୟକାର ଅଭୟ ଶତପଥୀ, କୁଷଧ୍ୱଜ ସାମଲ, ପ୍ରଭାସ ଚନ୍ଦ୍ର ଦାସ, ପ୍ରହଲ୍ଲାଦ ବେଉରିଆ, ଗଦାଧର କର, ବ୍ରଜ ବିହାରୀ ଜେନା, ଭଗ୍ୟଶ୍ରୀ ବିଶ୍ୱାଳ ପ୍ରମୁଖ ମା ରମାଦେବୀଙ୍କ କର୍ମମୟ ଜୀବନ, ସରଳ ଜୀବନ ଯାପନ, ବରୀ ଅଂଚଳ ପ୍ରତି ସ୍ୱତନ୍ତ୍ର ଅବଦାନ, ମୌଳିକ ଶିକ୍ଷାରେ ଭୂମିକା ପ୍ରଭୃତି ଉପରେ ଆଲୋକପାତ କରିଥିଲେ । ଆଶ୍ରମର ସମ୍ପାଦକ ନିମାଇଁ ରାୟ ସଂଯୋଜନା କରିଥିଲା ବେଳେ ଶିକ୍ଷକ ନିକୁଞ୍ଜ ସାମଲ ଧନ୍ୟବାଦ୍ ଦେଇଥିଲେ ।
ବ୍ୟାସନଗର: ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗରେ ମା’ରମା ଦେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା  ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁମିତ୍ରା ରାଉତ, ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗଦେଇ ମା’ରମା ଦେବୀ ଓଡ଼ିଶାର ଅସ୍ମିତା, ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ମା’ ରାମା ଦେବୀଙ୍କ ତ୍ୟାଗପୁତ ଜୀବନ ଧାରାରେ ଅନୁପ୍ରାଣିତ ହେବା ପାଇ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରେ ଛାତ୍ରୀ ତୁଳସୀ ସାମଲ, ସ୍ମୃତିସାରିକା ଜେନା, ସୋନାଲି ରଣା, ମାନିନୀ ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି, ମୋନଲିସା ମଲିକ, ମୃଣ୍ମୟୀ ତରେଇ, ଏଲିଜା ପ୍ରିୟଦର୍ଶିନୀ ବ୍ରହ୍ମ, ବାସନ୍ତୀ ମଣ୍ଡଳ, ମମତା ମଲ୍ଲିକ, ରୂପାଲି କରଣ, ସୀତାମଣୀ ସୋରେନ, ଲିଜା ବିଶ୍ୱାଳ ପ୍ରମୁଖ ମା’ ରମା ଦେବୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଶୁଭସ୍ମିତା ନାୟକ, ମଧୁସ୍ମିତା ପଣ୍ଡା, ମଧୁସ୍ମିତା ସାହୁ, ସୀମା ଦାସ, ଗାୟତ୍ରୀ ବେହେରା, ବର୍ଷା ପ୍ରିୟନର୍ଶିନୀ ପଣ୍ଡା, ନିବେଦିତା ସ୍ୱାଇଁ, ସନ୍ଧ୍ୟାରାଣୀ ମୁଦୁଲି ପ୍ରମୁଖ ଛାତ୍ରୀମାନେ ଯୋଗ ଦେଇଥିଲେ । ଛାତ୍ରୀ ସାଗରିକା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।