ପ୍ରଧାନମନ୍ତ୍ରୀ ଆବାସ ନା ଗରିବଙ୍କୁ ଉପହାସ

ପ୍ରଧାନମନ୍ତ୍ରୀ ଆବାସ ନା ଗରିବଙ୍କୁ ଉପହାସ


ଘଟଗାଁ – ସରକାର ଗରିବ ଗୁରୁବାଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଡିହ ଓ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଆଦି ଯୋଜନାରେ ବାସଗୃହ ଯୋଗାଇ ଦେଉଥିବା ଡ଼େଙ୍ଗୁରା ପିଟୁଥିବାବେଳେ ଏହି ଆବାସ ଯୋଜନା ସବୁ ଦାୟିତ୍ୱରେ ଥିବା ଅଧିକରୀ ଓ ପଂଚାୟତ ଦଳିଆଙ୍କ ମର୍ଜିରେ ବଂଟା ହେଉଥିବା ଅଭିଯୋଗ ହେଉଛି । ଧନୀକମାନେ ଏହି ଘର ଯୋଜନା ପାଇଥିବାବେଳେ ଗରିବଙ୍କ ପାଇଁ ଏହା ଆବାସ ମିଳିବା ସାତ ସପନ ପାଲଟିଛି । ଏଥିନେଇ ଦୀର୍ଘ ବର୍ଷ ହେବ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ପ୍ରଶାସନ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି । ଏହିପରି ଏକ ଘଟଣା ନଜରକୁ ଆସିଛି । ଘଷିପୁରା ବ୍ଲକର ଗୋହିରା ଗ୍ରାମ ପଂଚାୟତର କୁମୁଣିଆ ଗ୍ରାମର ସ୍ୱର୍ଗତ ସୁନିଆ ମୁଣ୍ଡାଙ୍କ ପତ୍ନି ପଦ୍ମିନୀ ମୁଣ୍ଡା(୭୦) ୫ବର୍ଷ ହେଲା ସ୍ୱାମୀ ଆରପାରିକୁ ଥିବାବେଳେ ଆଉ ପରବାର କହିଲେ ଗୋଟିଏ ୩ପୁଅ ସେମାନେ ହେଲେ ମୁକୁନ୍ଦ ମୁଣ୍ଡା, କପିଳା ମୁଣ୍ଡା ଓ ତ୍ରିଲୋଚନ ମୁଣ୍ଡା ସମସ୍ତେ ଅଲଗା ଅଲଗା ଭାବେ ଚଳୁଥିବାବେଳେ ସାନପୁଅ ତ୍ରିଲୋଚନ ମୁଣ୍ଡାଙ୍କ ନିକଟରେ ପଦ୍ମିନୀ ମୁଣ୍ଡା ରହନ୍ତି ବହୁତ ଦୁଃଖ କଷ୍ଟରେ ପରଘର ବୋଲ କରି ୨ ଓଳା ଖାଦ୍ୟ ସଂଗ୍ରହ କରନ୍ତି । ହେଲେ ଦୀର୍ଘଦିନର ଏହି ଚାଳଘରଟିରେ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ହେଉ ନଥିବାବେଳେ ଦାନା ବାତ୍ୟାରେ ଘର କାନ୍ଥ ଭାଙ୍ଗିଯିବା ପରେ ହାତରେ ଅର୍ଥ ନାହିଁ କି ଭଙ୍ଗା ଛପର କରିବା ପାଇଁ ଘରେ ପଲିଥିନ ପକାଇ ଚଳୁଛନ୍ତି’ ବର୍ଷାଦିନ ହେଲେ ଛେଳି ଗୁହାଳେ ବା ପରବାରଣ୍ଡାରେ ଅଶ୍ରା ନିଅନ୍ତି । ମୁକୁନ୍ଦ ମୁଣ୍ଡା, କପିଳା ମୁଣ୍ଡା ଓ ତ୍ରିଲୋଚନ ମୁଣ୍ଡା ସମସ୍ତେ ଦୀର୍ଘଦିନ ହେଲା ପ୍ରଧାନ ମନ୍ତ୍ରୀ ଆବସ ପାଇଁ ପଂଚାୟତରୁ ବ୍ଲକ ଧାଇଁ ଧାଇଁ ଯୋତା ଛିଡ଼ିଗଲାଣି ହେଲେ ଏହି ଗରିବଙ୍କ ପାଇଁ ଆବାସ ସାତସପନ ହୋଇଛି । ଏଠି ଟଙ୍କା ଦେଲେ ଆବାସ ମିଳେ ଏବଂ ୧୦ହାଜାର ନଦେଲେ ଘର ମିଳିବ ନାହିଁ ବୋଲି ଗାଁର ନେତାମାନେ କହୁଥୁବା ମୁକୁନ୍ଦ ପ୍ରକାଶ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ବିଶେଷ କରି ଗରିବ ପରିବାର ନିଜ ଖର୍ଚ୍ଚରେ ବାସ ପାଇଁ ଅର୍ଥ ଯୋଗାଡ଼ କରିପାରୁ ନଥିବା ପରିବାର, ଘର ନିର୍ମାଣ କରିବା ଅସମ୍ଭବ ହୋଇଥିବା ପରିବାରଙ୍କୁ ପ୍ରାଥମିକତା ଭିତିରେ ଦିଆଯିବାର ନିୟମ ଥିବାବେଳେ ଏଠାରେ ଏହାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଛି । ପଂଚାୟତର ଶାସକ ଦଳିଆ ନେତାମାନେ ଏହିସବୁ ଆବାସ ଯୋଜନା କଳେବଳେ କୌଶଳେ କବ୍ଜା କରି ରାଜଉଆସ ନିର୍ମାଣ କରୁଥିବାବେଳେ କେହି କେହି ଗୁହାଳ ପାଇଁ ବ୍ୟବହାର କରିଛନ୍ତି । ଦୀର୍ଘ ବର୍ଷ ହେବ ଏହି ଗ୍ରାମରେ ବସତି ସ୍ଥାପନ କରି ରହି ଆସୁଥିବା ପଲିଥିନ ତଳେ ଗଢ଼ି ମରୁଥିବା ଗରିବମାନେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି । ତେବେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ତାଲିକାରେ ନାମ ଥଲେ ମଧ୍ୟ ଆଜିଯାଏଁ ଅନେକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦେବା ପାଇଁ ଆବେଦନ କରିଥିଲେ ମଧ୍ୟ ଆବାସ ମିଳିନଥିବା ପ୍ରକାଶ କରିଛନ୍ତି ହିତାଧିକାରୀ । ଆବାସ ଯୋଜନାରେ ଘର ଶାସକ ଦଳିଆ କର୍ମୀ ଓ ଥିଲାବାଲା ଲୋକମାନେ ଚତୁରତାର ସହ ହାତେଇ ନେଉଥିବାବେଳେ ନିରୀହ ଗରିବ ପରିବାରମାନେ ବଂଚିତ ହୋଇ ଗଡ଼ି ମରୁଥିବା ଦେଖିବାକୁ ମିଳିଛି । ଏପରି ନିଚ୍ଛକ ଚିତ୍ର ପ୍ରାୟ ସମସ୍ତ ପଂଚାୟତରେ ଦେଖିବାକୁ ମିଳିଛି । ଏଥିପ୍ରତି ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନିତା ବିଜୟୀନୀ ଦୃଷ୍ଟିଦେଇ ଗରିବ ଲୋକମାନଙ୍କୁ ଆବାସ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।