ଛତାବର ଟାୱାରରୁ ବ୍ୟାଟେରୀ ଚୋରି ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଭାରତୀ ଏୟାରଟେଲ ଟାୱାରରୁ ବ୍ୟାଟେରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଭାରତୀ ଏୟାରଟେଲ କମ୍ପାନୀର ବୈଷୟିକ କର୍ମଚାରୀ ପିତାମ୍ବର ସେଠୀ ଏଥିନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ୩୧ ତାରିଖ ସକାଳ ୮.୩୦ମି. ସମୟରେ ସଂପୃକ୍ତ ଟାୱାରର ଆଲାରାମ ଶୁଣି ପିତାମ୍ବର ସେଠାକୁ ଯାଇ ୨ଲକ୍ଷ ୩୯ ହଜାର ୩୬୯ଟଙ୍କା ମୂଲ୍ୟର ୧୨ ଭୋଲ୍ଟ ବିଶିଷ୍ଟ ୨୪ଟି ବ୍ୟାଟେରୀ ବ୍ୟାଟେରୀ ବ୍ୟାଙ୍କରୁ ଚୋରି ହୋଇଥିବା ଦେଖିଥିଲେ । ଏ ସମ୍ପର୍କରେ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସେଠାରୁ ନିଦେ୍ର୍ଦଶ ମିଳିବା ପରେ ଥାନାରେ ଗତ ରବିବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ । ଅଜଣା ଟେଲିକମ କର୍ମଚାରୀଙ୍କ ସଂପୃକ୍ତି ଏହି ଚୋରିରେ ରହିଛି ବୋଲି ଅଭିଯୋଗରେ ସନେ୍ଦହ କରାଯାଇଛି । ଏଥିନେଇ ଥାନାରେ ୪୫୬/୨୪ନଂ ମାମଲା ଅଜଣା ବ୍ୟକ୍ତିଙ୍କ ନାମରେ ଋଜୁ ହୋଇଛି ।