ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି : ସୁରେଶ ପୂଜାରୀ
ବାଲେଶ୍ୱର ଘଟଣାରେ ଆସିପାରେ ବଡ଼ ନିଷ୍ପତ୍ତି । ସନ୍ଧ୍ୟା ସୁଦ୍ଧା ବଡ଼ ନିଷ୍ପତ୍ତି ଆସିପାରେ ବୋଲି ସୂଚନା ଦେଇଛନ୍ତି ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ଫେରିଲେ ନିଆଯାଇପାରେ ଆକ୍ସନ । ଝିଅକୁ ବାରମ୍ୱାର ଅପମାନିତ କରାଯାଇଛି । ମା'ଙ୍କ ଭାବନାକୁ ଆମେ ଗ୍ରହଣ କରିଛୁ । ଯାହାର ଭୂମିକା ଅଛି ତଦନ୍ତ ପରିସରକୁ ଆସିବେ । ପରୋକ୍ଷ ଓ ପ୍ରତ୍ୟକ୍ଷରେ ଯିଏ ବି ଥିବେ ବର୍ତ୍ତିବେନି । ନ୍ୟାୟିକ ପ୍ରକ୍ରିୟାକୁ ଲୋକେ ଅନୁଭବ କରିବେ । ପୁଣି ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ବି ପୁଣି ଆଲୋଚନା ହେବ । ଘଟଣା ପୁନରାବୃତ୍ତି ନହେବାକୁ ଖସଡ଼ା ପ୍ରସ୍ତୁତ ହେବ । ବିରୋଧୀଙ୍କ ମତାମତକୁ ଆମେ ବି ସମ୍ମାନ ଦେଉ । ଯାଏ ନ୍ୟାୟ ଦେଇନାହାନ୍ତି ସେମାନେ ମତ ଦେଉଛନ୍ତି । ନ୍ୟାୟ ପାଇଁ ଯାହା ପଦକ୍ଷେପ ନେବାକୁ ପଡ଼ିବ ନିଆଯିବ । ମୋହନ ସରକାର କଡ଼ା ପଦକ୍ଷେପ ନେବେ । ଘଟଣାକୁ ନେଇ ରାଜନୀତି କରାନଯାଉ । ପୀଡ଼ିତାଙ୍କ ପରିବାରୁ ନ୍ୟାୟ ଦେବାକୁ ଗୁରୁତ୍ୱ । ଆଗକୁ ଆହୁରି କାର୍ୟ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସୁରେଶ ପୂଜାରୀ ।