ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବନ୍ତ: ଭଦ୍ରକ କରାନ୍ଦିଆ ପଞ୍ଚାୟତ ଚେଙ୍ଗଗଢିଆ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭା ଶିକ୍ଷାବିତ୍ ଶ୍ରୀନିବାସ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ମୁଖ୍ୟବକ୍ତା ଭାବେ ସୁରେନ୍ଦ୍ର ମଲ୍ଲିକ, ସମ୍ମାନୀତ ଅତିଥି ନାରାୟଣ ମଲ୍ଲିକ, ନିରଞ୍ଜନ ଜେନା, ହରିନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସରକାରୀ ବୟସସୀମା ଅନୁଯାୟୀ ଚାକିରିରୁ ଅବସର ମିଳିଥାଏ କିନ୍ତୁ ଶିକ୍ଷକ କେବେ ଶିକ୍ଷାରୁ ଅବସର ନେଇନଥାଏ ବୋଲି ସୁରେନ୍ଦ୍ର ମଲ୍ଲିକ କହିଥିଲେ । ଜଗନ୍ନାଥ ନାୟକ ଜଣେ ଭଲ ଶିକ୍ଷକ ଏବଂ ଛାତ୍ର ବତ୍ସଳ ଥିଲେ ବୋଲି ସେ କହିଥିଲେ । ଏଥିରେ ଚାରିଘରିଆ ଉପ୍ରା ସ୍କୁଲର ଶିକ୍ଷକ ଗୟାଧର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମିତାରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଉତ୍ତରିୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।