ତାତିଲା ଓଏଏସ ସଂଘ ‘ଜଗାଙ୍କୁ ଗିରଫ କର’


 ଭୁବନେଶ୍ୱର: ବିଏମସି ଅଫିସରେ ଗୁଣ୍ଡାଗିରି ଓ ବରିଷ୍ଠ ଓଏଏସଙ୍କୁ ଆକ୍ରମଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଓଏଏସ ସଂଘ  । ଦୁଇଦିନ ଧରି ସଂଘ ଅନେକ ବିଚାରବିମର୍ଷ କରିବା ପରେ ଦୁଇଟି ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲା  । ଗୋଟିଏ ହେଉଛି, ବିଏମସି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ କିଙ୍ଗପିନ୍ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଓ ଅନ୍ୟଟି ହେଉଛି ତହସିଲଦାର, ଉପଜିଲ୍ଲାପାଳ, ବିଡ଼ିଓ ଏବଂ ଇଓଙ୍କୁ ସୁରକ୍ଷା ପ୍ରଦାନ । ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନର ରନôାକର ସାହୁଙ୍କୁ ମାଡ଼ ଘଟଣା ନେଇ ଓଏଏସ ସଂଘ କ୍ଷୁବ୍ଧ ହୋଇଛି  । ଏନେଇ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଡାକରା ଦିଆଯାଇଛି  । ଫଳରେ ସାରା  ରାଜ୍ୟରେ ପ୍ରଶାସନିକ କାର୍ଯ୍ୟ ପ୍ରାୟତଃ ଠପ୍ ହୋଇଯାଇଛି  । ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ ଛୁଟିରେ ଯାଇଥିବାରୁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟିହୋଇଛି  । ଅଫିସରମାନଙ୍କ ଉପରେ ଏମିତି ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ସୁରକ୍ଷା ପାଇଁ ଦାବି କରାଯାଇଛି । ଓଏଏସ ସଂଘ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି  ।