ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ସହର

 ତାଳଚେର :   ତାଳଚେରର ପାର୍ବଣଋତୁ ଆରମ୍ଭ ହେବା ସହ ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜାକୁ ନେଇ ପ୍ରତ୍ୟେକ ପୂଜାମଣ୍ଡପ ଗୁଡ଼ିକରେ ଟେଣ୍ଟହାଉସ୍ ପକ୍ଷରୁ ବାଉଁଶ ଭିଡ଼ା କାର୍ଯ୍ୟ ଜୋରସୋରରେ ଚାଲିଛି । ଯାହାଫଳରେ ସହର ସାରା ଗଳିକନ୍ଦି ପୁରା ବାଉଁଶ ମୟ ହୋଇପଡିଛି । କିଛି କିଛି ପୂଜାମଣ୍ଡରେ ବ୍ୟବସ୍ଥା ତ୍ୱରାନ୍ୱିତ କରାଯାଉଛି । ତାଳଚେରର ଏହି ପ୍ରସିଦ୍ଧ ଗଣପର୍ବ ଗଜାନନଙ୍କୁ ନେଇ ୧୧ଦିନ ସହର ଚଳଚଂଚଳ ହୋଇ ପଡ଼ିବ ବୋଲି ଅନୁମାନ କରାଯାଉଛି । ତେବେ ପୂଜାକୁ ନେଇ ତାଳଚେର ଅଞ୍ଚଳରେ ପ୍ରାୟ କେତେ ଗୁଡ଼ାଏ ଦୋକାନ ବଜାର ବସିବା ବି ଆରମ୍ଭ ହେଇଗଲାଣି । ଚଳିତ ସେପ୍ଟେମ୍ବର ୨୭ ତାରିଖରେ ଅଗ୍ରପୂଜ୍ୟ ପ୍ରଭୂଗଜନ୍ନଙ୍କ ପୂଜା ଓ ମେଲାଣି କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ସମସ୍ତ ପୂଜାମଣ୍ଡପ ଓ କେନ୍ଦ୍ରୀୟ ଗଣେଶପୂଜା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇ କିପରି ୧୧ଦିନ ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ନିମନ୍ତେ ବ୍ୟାପକ ପ୍ରସ୍ତୁତି  ହୋଇପାରିବ ତା ଉପରେ ତତ୍ପରତା ପ୍ରକାଶ ପାଇବା ସହ ନିଷ୍ପତ୍ତି ନିଆଯାଇଛିା । ଗଜାନନଙ୍କ ପୂଜା ମାହୋଲରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ତେଣୁ ତାଳଚେରର ମୁଖ୍ୟ ରାସ୍ତା ଓ ପୂଜାମଣ୍ଡପ ଗୁଡ଼ିକ ନିକଟରେ ପୁଲିସ୍ ମୁତୟନ କରାଯାଇ ଟ୍ରାଫିକ୍କୁ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ଆଲୋଚନା ହୋଇଛି ।