ପ୍ରମିଳାଙ୍କ ପାଇଁ ମଇଦାନରେ ଛାତ୍ର ସଂଗଠନ


ବିଞ୍ଝାରପୁର : ଚବିଶ ନିର୍ବାଚନ ପାଇଁ ବିଞ୍ଝାରପୁର ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କ ପାଇଁ ପ୍ରଚାର ମଇଦାନକୁ ଅବତରଣ କରିଛି ଛାତ୍ର ବିଜେଡି । ଛାତ୍ର ନେତା ଲେନିନ୍ ଦାସଙ୍କ ନେତୃତ୍ୱରେ ଛାତ୍ର ସଂଗଠକ ପ୍ରତି ଗାଁ ଗାଁ ପ୍ରମିଳାଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ । ଆଜି ଫତେପୁର ସ୍ଥିତ ସୋନୀ ମଣ୍ଡପ ଠାରେ ଛାତ୍ର ବିଜେଡି ସଭାପତି ଲେନିନ୍ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଶ୍ରୀମତୀ ମଲ୍ଲିକ ଯୋଗଦେଇ ଛାତ୍ର ମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ଘରେ ଘରେ ପହଁଚାଇବା ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ । ଲେନିନ୍ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଶହ ଶହ ଛାତ୍ରଛାତ୍ରୀ ପ୍ରମିଳାଙ୍କ ପ୍ରଚାର ମଙ୍ଗ ଧରିବାକୁ ଆଗଭର ହୋଇଛନ୍ତି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ନନ୍ଦ କିଶୋର ସାମଲ, ବ୍ଲକ ଅଧ୍ୟକ୍ଷା ରଂଜିତା ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ଜିଲାପରିଷଦ ସଭ୍ୟା ସୁନିତା ନାୟକ, ମୁରଲୀ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ୩ଶହରୁ ଉର୍ଦ୍ଧ ଛାତ୍ରସଂଗଠକ ଯୋଗ ଦେଇଥିଲେ ।