ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ଉଦ୍ୟାପିତ
ଧର୍ମଶାଳା : ସାହିତ୍ୟ ଅନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟଜ୍ରମରେ ଭାରତୀୟ ମାନବାଧିକାର କମିସନ ସଦସ୍ୟ ଜଷ୍ଟିସ ଡ.ବିଦୁ୍ୟତ ରଞ୍ଜନ ଷଢଙ୍ଗୀ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଅତିଥି ଭାବେ ଜ୍ଞାନପୀଠ ବିଜେତା ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଭୁଷଣ ଡ.ପ୍ରତିଭା ଦାସ ଯୋଗଦେଇ ଦୀର୍ଘ ଦସନ୍ଧିଧରି ଗ୍ରାମାଞ୍ଚଳରେ ରହୁଥିବା ଲେଖକମାନଙ୍କ ଲେଖା ପ୍ରକାଶ କରି ଆସୁଥିବା ଗୋକର୍ଣ୍ଣିକା ସାହିତ୍ୟ ସମାଜର ଉଦ୍ୟମକୁ ପ୍ରସଂଶା କରିଥିଲେ । ଏହିି ଅବସରରେ ଅତିଥି ଗୋକର୍ଣ୍ଣିକା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ପତ୍ରିକା ସମ୍ପାଦକ ଅମୃତରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ରୁଦ୍ରନାରାୟଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅପରାହ୍ନରେ ଆୟୋଜିତ ଉଦଯାପନୀ ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ ସମାଜରେ ସାହିତି୍ୟକମାନଙ୍କ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ଶତପଥୀ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସାହିତି୍ୟକ, ସାମ୍ବାଦିକଙ୍କୁ ଗୋକର୍ଣ୍ଣିକା ସୁବର୍ଣ୍ଣ ଜୟନ୍ତୀ ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ ପ୍ରାବନ୍ଧିକ ବୈକୁଣ୍ଠନାଥ ରଥ ସ୍ମୃତି ସମ୍ମାନ, ବଂଶୀଧର ଶତପଥୀ ସ୍ମୃତି ନାଟକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟିକାୟତ ସପ୍ତାର୍ଜିସ ଟ୍ରଷ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରତାପ ରୁଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ । ଅନୁଷ୍ଠିତ ଦୁଇଦିନିଆ କାର୍ଯ୍ୟକ୍ରମରେ ବହୁ ସାହିତି୍ୟକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।