ରିମାଣ୍ଡରେ ରାଜା ଚକ୍ର: ଓପିଆଇଡି କୋର୍ଟରେ ହେଲେ ହାଜର

ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହେଲେ ରାଜା ଚକ୍ର । ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହେଲେ ରାଜା । ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲ୍ୟୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଇଓଡବ୍ଲ୍ୟୁ ଅଧିକ ପଚରାଉଚରା କରିବ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର । ଗତ ୧୩ ତାରିଖରେ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ । କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଏବେ ରିମାଣ୍ଡରେ ଆଣି ସତ ବାହାର କରିବାକୁ ଉଦ୍ୟମ କରିବ ଇଓଡବ୍ଲୁ ।