ପ୍ରଶାସନର ଛତ୍ରଛାୟା ତଳେ ଜିରୋ ନାଇଟ୍ : ଅବକାରୀ ମନ୍ତ୍ରୀଙ୍କ ତାଗିଦକୁ ମାଫିଆଙ୍କ ଫୁ
ବ୍ରହ୍ମପୁର: ସରକାର ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ମଦପ୍ୟ ମାନଙ୍କ ଉପରେ କଟକଣା କରିଛନ୍ତି । ଏପଟେ ବିଭାଗୀୟ ମନ୍ତ୍ରୀଙ୍କ ଆଦେଶ ଓ ତାଗିତକୁ ବାବୁ ମାନେ ମନ ଖୋଲା ସମର୍ଥନ କରୁନଥିବା ଫଳରେ ଲିକର ମାଫିଆ ମାନେ ନିଜ ନିଜର ଗୁପ୍ତ ଗୋଦାମରେ ଏବେ ଠାରୁ ଦେଶୀ ବିଦେଶୀ ମଦ ମହଜୁଦ କରି ରଖିଥିବା ଆଲୋଚନା ହେଉଛି । ସରକାରଙ୍କ ନୀତିନିୟମକୁ ବାବୁ ମାନେ ଫୁ କରିବା ଯୋଗୁଁ ବାହାରେ ଠିପି ବନ୍ଦ ଲେଖାଥିବା ବିଦେଶୀ ମଦ ଦୋକାନରେ ଠିପି ଖୋଲି ଖୋଲା ଖୋଲି ବିକ୍ରି ହେଉଥିବା ଦେଖିବାଳୁ ମିଳୁଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଚିକିଟି, ଛତ୍ରପୁର, ପୁରୁଷୋତ୍ତମପୁର, ଆସିକା, ଶେରଗଡ଼, ପୋଲସରା, ବୁଗୁଡ଼ା ଏଭଳି ଅଧିକାଂଶ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ଖୁଲାମ ଖୁଲା ଠିପି ଖୋଲି ଅବାଧରେ ମଦ ବିକ୍ରି ହେଉଛି । ଏହି ଠିପି ବନ୍ଦ ଲାଇସେନ୍ସ ଆଣି ଅଧିକାଂଶ ଲିଜ୍ ଧାରି ଅନ୍ୟ ଅଞ୍ଚଳକୁ ଅବାଧରେ ମଦ ଚାଲାଣ କରିବା ସହ ପାନ ଦୋକାନ ତେଜରାତି ଦୋକାନ ଭଳି ସେମାନଙ୍କ ଶାଖା ଖୋଲି ଅସଲି ନାଁରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନକଲି ଦେଶୀ ଓ ବିଦେଶୀ ମଦ ବିଭିନ୍ନ ପ୍ରକାର କେମିକାଲ ଓ ରଙ୍ଗ ମିଶାଇ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗ ଲଗାଇ ବିକ୍ରି କରିବାର ନଜିର ରହିଛି । ଗଞ୍ଜାମ ଜିଲ୍ଲାକୁ ଥରେ ଅବକାରୀ ବାବୁ ମାନେ ଆସିଲେ ଅର୍ଥର ପାହାଡ଼ ଉପରେ ବସି ନିଜ ଘରକୁ ବି ଯିବା ଭୁଲି ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏଠି ଯାହା ଆଦାୟ କରିଲେ ଭବିଷ୍ୟତରେ ଭିଜିଲାନ୍ସ ବିଭାଗର ବି ଛାଇ ପଡିବା ଭୟ ନାହିଁ । ଗଞ୍ଜାମ ଜିଲ୍ଲାର ପୋଲିସ, ଅବକାରୀ, ଭିଜିଲାନ୍ସ ବିଭାଗ ଭିତରେ ଭାଇଚାରା ରହିବା ଫଳରେ ମଦ ମାଫିଆ ମାନେ ଖୁଲାମ ଖୁଲା ଏଭଳି ବେଆଇନ ନକଲି ମଦକୁ ଅସଲି ଦରରେ ବିକ୍ରି କରୁଥିବା ଚର୍ଚ୍ଚାର ବିଷୟ ହୋଇଛି । ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତୁ୍ୟ ପରେ ଛତିଶଗଡ଼ ଅଞ୍ଚଳ ରୁ ସ୍ପିରିଟ ଆଣି ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ପୂର୍ବ ସରକାର ସମୟରେ କିଛି ଚୋରା ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଆଲୋଚନା କରୁଛନ୍ତି । ଏହି ଅସଲି ନକଲି ଖେଳ ପଛରେ ଜିଲ୍ଲା ସମେତ ଜିଲ୍ଲା ବାହାର ନେତା ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ମନ୍ତ୍ରୀ ଓ କମିଶନରଙ୍କ ବୟାନ ବାଜି କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଥିବା ନେଇ ଆଲୋଚନା ହେଲାଣି । ଦେଖାଯାଉ ଆମ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ବାନ ବାବୁ ମାନେ ଜିରୋ ନାଇଟ ନୂଆ ବର୍ଷରେ ଦେଶୀ ବିଦେଶୀ ମଦ ଉପରେ କିପରି ରୋକ ଲଗାଉଛନ୍ତି, ନାଁ ସମର୍ଥନ କରୁଛନ୍ତି, ଦେଖିବାକୁ ବାକି ରହିଲା ।