ପ୍ରସାଦସେବନ ଗୃହର ଶିଳାନ୍ୟାସ 

 ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳର ୨୯ନଂ ୱାର୍ଡରେ ସାଇ ମନ୍ଦିର ପ୍ରସାଦ ସେବନ ଗୃହର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ । ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଶ୍ରୀଯୁକ୍ତ ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସଦର ପଞ୍ଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଶ୍ରୀଯୁକ୍ତ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅବସରରେ ୨୯ନଂ ୱାର୍ଡÿବାସୀ ଉପସ୍ଥିତ ରହି ଜନସାଧାରଣଙ୍କ ଆବଶ୍ୟକତା ପୂରଣରେ ବିଧାୟକଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ସସ୍ମିତା ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ରଞ୍ଜନ ଦାସ, ଅନାଦି ସାହୁ, ଅଟଳ ବିହାରୀ ଦାସ, ପ୍ରମୋଦ ଦାସ, ସିଦେ୍ଧଶ୍ୱର ସାହୁ, ଅଶୋକ ମହାନ୍ତି, ମିନତୀ ଜେନା, ଅରୁଣ ବାରିକ ପ୍ରମୁଖ ସ୍ଥାନୀୟ ଅଞ୍ଚଳବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।