ନିଆରା ଢଙ୍ଗରେ ପ୍ରତାପଙ୍କ ଜନ୍ମଦିନ ପାଳିତ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ୭୦ତମ ଜନ୍ମ ଦିବସକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ପ୍ରଥମେ ସହରରେ ଥିବା ଉକôଳ ବାଳାଶ୍ରମର ପିଲାମାନଙ୍କୁ ଫଳ, ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିବା ପରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଲେଶ୍ୱରବାସୀଙ୍କ ସେବାରେ ଏକ ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ସିଷ୍ଟମ ସମ୍ବଳିତ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ । ଏହି ଅବସରରେ ଅନେକ ସଂସ୍ଥା, ସମୁଦାୟ ଓ ବ୍ୟକ୍ତିବିଶେଷ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସମସ୍ତେ ସମ୍ମିଳିତ ଭାବେ ସାଂସଦଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ କାମନା କରିଥିଲେ । ଏହାପରେ ଷ୍ଟେସନ ଛକଠାରେ ଶତାଧିକ ହେଲମେଟ ପିନ୍ଧିନଥିବା ବାଇକ୍ ଆରୋହୀଙ୍କୁ ହେଲମେଟ ବିତରଣ କରିବା ସହିତ ସଚେତନତାର ବାର୍ତ୍ତା ଦେଇଛନ୍ତି ।