ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଓ ସେସନ୍ କୋର୍ଟ ଉଦ୍ଘାଟିତ
ନୀଳଗିରି : ନୀଳଗିରି ଅଦାଲତ ପରିସରରେ ନୂତନ ଭାବେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଓ ସେସନ୍ କୋର୍ଟକୁ କଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଉଚ୍ଚ ନ୍ୟାୟାଳୟର ବିଚାରପତି ଅଶାନ୍ତ ପଟ୍ଟନାୟକ, ରେଜିଷ୍ଟ୍ରାର ଓ ପୋର୍ଟ ଫୋଲିଓ ମାନ୍ୟବର ବିଚାରପତି କେ. ଆର.ମହାପାତ୍ର ସମେତ ଅନ୍ୟାନ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଉପସ୍ଥିତ ଥିଲେ । ନୀଳଗିରି ଉପଖଣ୍ଡର ଜନ ସାଧାରଣଙ୍କ ବହୁ ଦିନର ସ୍ୱପ୍ନ ଆଶା ପୂରଣ ହୋଇ ପାରିଥିବାରୁ ଏ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ନୂତନ ଏଡିଜେ ଖୋଲା ଯିବା ପରେ ନୀଳଗିରିର ଦୁଇ ଆଇନଜୀବୀ ସଂଘ ଲୋକଙ୍କୁ ଉଚିତ୍ ନ୍ୟାୟ କୋର୍ଟ ଜରିଆରେ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ନୀଳଗିରି ଅଦାଲତ ପରିସରରେ ଭର୍ଚୁଆଲ ମୋଡରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ବିଚାରପତି ସତ୍ୟ ନାରାୟଣ ମିଶ୍ର ବାଲେଶ୍ୱର କୋର୍ଟର ରେଜିଷ୍ଟର ବର୍ତ୍ତମାନ ନୀଳଗିରି ଅତିରିକ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରତାସ୍ୱିନି କର, ନୀଳଗିରି ସବ୍ଜଜ୍ (ବିଚାରପତି) ସୁନନ୍ଦା ପ୍ରଧାନ, ଏସଡିଜେଏମ(ବିଚାରପତି) ମୋନାଲିସା ପଣ୍ଡା, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନୀଳଗିରିର ଦୁଇ ପ୍ରମୁଖ ଆଇନଜୀବୀ ସଂଘର ସଭାପତି, ସମ୍ପାଦକ, ସମସ୍ତ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁ ରୁପେ ସଂପନ୍ନ ହୋଇ ଯାଇଛି ।