ଅବକାରୀ ବିଭାଗର ଚଢଉ ମଦ ଜବତ, ୨ ଗିରଫ

ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ଅଞ୍ଚଳରେ ଚଢଉ କରି ଦେଶୀ ଏବଂ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ଅବକାରୀ ବିଭାଗ  । ସୂଚନା ମୁତାବକ ବୁଧବାର ପୂର୍ବାହ୍ନ ସମୟରେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରକାଶ ସାହୁ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବୈଶିଙ୍ଗା ଥାନା ଅଧୀନ ପ୍ରତିମା ଦେଇପୁର ରାମର ସୁରଥ ବେହେରା ଏବଂ ଦେଓପଡ଼ା ଗ୍ରାମର ବିକାଶ ପରିଡ଼ାଙ୍କ ନିକଟରୁ ୩୩ ଲିଟର ଦେଶୀ ମଦ, ୫ଲି ୪୦୦ ମିଲିର ବିଦେଶୀ ମଦ ଏବଂ  ୧୩ ଲିଟର ବିୟର ମଦକୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜ୍ଜୁ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଦୁଇ ଜଣଙ୍କୁ ବେତନଟୀ ଜେଏମଏଫସି କୋର୍ଟ କୁ ଚାଲାଣ କରାଯାଇଥିଲା ।