ପ୍ରାଣୀଖାଦ୍ୟ ପରିଚାଳନା କ୍ଷେତ୍ରରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ

 ଭୁବନେଶ୍ୱର : ଭାରତରେ ପ୍ରାଣୀ ଖାଦ୍ୟ ପରିଚାଳନାର ଅଗ୍ରଗତି ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି ।  ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଦୀର୍ଘସ୍ଥାୟୀ ପ୍ରାଣୀପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା  । ଜଳବାୟୁ-ଅନୁକୂଳ ପ୍ରାଣୀ ଖାଦ୍ୟର ଉତ୍ପାଦନ ଓ ବର୍ଷ ସାରା ଉପଲବ୍ଧ ହେଉଥିବା ଉଚ୍ଚÿ-ଗୁଣମାନ ଖାଦ୍ୟକୁ ପ୍ରୋସôାହନ ଦେବାର ଆବଶ୍ୟକତା ରହିଛି । ପ୍ରାଣୀସମ୍ପଦର ସମୃଦ୍ଧି ଓ ଗ୍ରାମୀଣ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ପ୍ରାଣୀ ଖାଦ୍ୟ ପରିଚାଳନାରେ ବିବିଧତା ହେଉଛି ସମୟର ଆହ୍ୱାନ । ଏହି ପ୍ରଶିକ୍ଷଣ ଓ କର୍ମଶାଳା ପ୍ରାଣୀପାଳନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।   
ଭାରତ ସରକାରଙ୍କ ସେଣ୍ଟର ଫର୍ ଏକ୍ସେଲେନ୍ସ୍ ଇନ୍ ଆନିମଲ୍ ହଜବେଣ୍ଡ୍ରି, ବେଙ୍ଗାଲୁରୁ ଏବଂ ଭେଟେରିନାରି ଅଫିସର୍ସ ଟ୍ରେନିଂ ଇନିଷ୍ଟୁ୍ୟଟ୍, ଭୁବନେଶ୍ୱରର ମିଳିତ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି  । ଏହି ପ୍ରଶିକ୍ଷଣ ଶିବିରରେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗଦାନ କରିଛନ୍ତି । ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରାଣୀ ଖାଦ୍ୟ ଉତ୍ପାଦନରେ ବ୍ୟବହାର ହେଉଥିବା ନୂତନ ପ୍ରଯୁକ୍ତି ବିଦ୍ୟା, ନୂତନ ପ୍ରଜାତିର ପ୍ରାଣୀଖାଦ୍ୟ ଶସ୍ୟ, ଯୋଗାଣ ବ୍ୟବସ୍ଥା ଆଦି ବିଷୟରେ ଅଂଶଗ୍ରହଣକାରୀମାନେ ଅବଗତ ହେବେ । ଏହି ଅବସରରେ ମସô୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଅଫିସିଆଲ୍ ପଡକାଷ୍ଟ ଓ ହ୍ୱାଟସଆପ ଚ୍ୟାନେଲକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।