ଗୋଟିଏ ଦିନରେ ୭୦ କୋଟି ଟଙ୍କା କାରବାର

ଗୋଟିଏ ଦିନରେ ୭୦ କୋଟି ଟଙ୍କା କାରବାର

ନୂଆଦିଲ୍ଲୀ: ଭାରତରେ UPIର ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଭାରତରେ ଗୋଟିଏ ଦିନରେ ଆମେରିକାର ଜନସଂଖ୍ୟାର ଦୁଇଗୁଣ UPI ମାଧ୍ୟମରେ କାରବାର ହୋଇଛି। ୨୦୨୪ ମସିହାର ତଥ୍ୟ ଅନୁଯାୟୀ, ଆମେରିକାର ଜନସଂଖ୍ୟା ପ୍ରାୟ ୩୪୧.୨ ନିୟୁତ ଥିଲା, କିନ୍ତୁ ଭାରତରେ, ୨ ଅଗଷ୍ଟ, ୨୦୨୫ରେ, ଗୋଟିଏ ଦିନରେ UPI ମାଧ୍ୟମରେ ରେକର୍ଡ ୭୦୭ ନିୟୁତ କାରବାର ହୋଇଥିଲା। ଭାରତୀୟ ଜାତୀୟ ପେମେଣ୍ଟ୍ସ ନିଗମ (NPCI) ଦ୍ୱାରା ଶେୟାର କରାଯାଇଥିବା ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ, ଏହି ପ୍ଲାଟଫର୍ମର ବ୍ୟବହାର କିପରି ଦ୍ରୁତ ଗତିରେ ବୃଦ୍ଧି ପାଇଛି। UPI କେବଳ ଗତ କିଛି ବର୍ଷ ମଧ୍ୟରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୦୨୩ ମସିହାରେ, ପ୍ରତିଦିନ ପ୍ରାୟ ୩୫୦ ନିୟୁତ (୩୫ କୋଟି) UPI କାରବାର ହେଉଥିଲା। ଅଗଷ୍ଟ ୨୦୨୪ସୁଦ୍ଧା, ଏହି ସଂଖ୍ୟା ୫୦୦ ନିୟୁତ (୫୦ କୋଟି) କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ସଂଖ୍ୟା ୭୦୦ ନିୟୁତ (୭୦ କୋଟି)କୁ ପହଞ୍ଚିଛି।ଏବେ ସରକାରଙ୍କ ଲକ୍ଷ୍ୟ ହେଉଛି UPI ମାଧ୍ୟମରେ ଦୈନିକ କାରବାରକୁ ୧ ବିଲିୟନ (୧୦୦ କୋଟି)କୁ ବୃଦ୍ଧି କରିବା।