ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ
ଡୁବୁରୀ: ଡୁବୁରି ଠାରେ ଟାଟାଷ୍ଟିଲ ଫାଉଣ୍ଡେସନଦ୍ୱାରା ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଉତ୍ସବରେ ଟାଟାଷ୍ଟିଲ୍ ଫାଉଣ୍ଡେସନ୍, ଓଡ଼ିଶାର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇଥିଲେ । ପିଏଚସିରେ ଅର୍ନ୍ତଭୁକ୍ତି କରଣ ସୁନିଶ୍ଚିତ କରିବା ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅନୁକୂଳ ରାମ୍ପ୍ ଏବଂ ଶୌଚାଳୟ ବ୍ୟବସ୍ତା ରହିଛି । ଏଥିସହ ଭୂତଳ ଜଳ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବାରେ ସାହାଯ୍ୟ କରୁଥିବା ଛାତ-ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ସ୍ଥାୟୀ ଭିତିଭୂମି ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ୩୦ରୁ ଉର୍ଦ୍ଧ୍ୱ ସୌର ପ୍ୟାନେଲ ଯୋଗେ ଅକ୍ଷୟ ଶକ୍ତି ଏକୀକରଣ ସମେତ ଅନେକ ବୈଶିଷ୍ଟ୍ୟ ରହିଛି ।