ଅଚଳ ‘ବସୁଧା’ ପ୍ରକଳ୍ପ, ହନ୍ତସନ୍ତ ଲୋକେ  : ମରାମତି ସହ ପାଣି ଯୋଗାଇବାକୁ ଦାବି

 କନ୍ଧମାଳ/ଫୁଲବାଣୀ, : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ କୁଡୁକି ଠାରେ ଥିବା ବସୁଧା ଜଳ ପ୍ରକଳ୍ପ ଗତ ୪ ତାରିଖ ଠାରୁ ଅଚଳ ହେବା ଫଳରେ ୨ ଟି ୱାର୍ଡ ୮ ଏବଂ ୯ ର କୁଡୁକି, ଟେଲାପାଲି, କୁଟି ପଦର, ଲଦା ପଦର ଭଳି ୪ ରୁ ଉର୍ଦ୍ଧ ଗାଁ ର ପ୍ରାୟ ୯୦ ରୁ ଅଧିକ ଘର ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ଚଳିତ ମାସ ୪ ତାରିଖ ଠାରୁ ଏହି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ମରାମତି ନ ହେବାରୁ ପାଣି ପାଇ ପାରୁ ନାହାନ୍ତି କ୍ଷ ବର୍ତମାନ ବର୍ଷା ଲାଗି ରହିଥିବା ବେଳେ ନଦୀ ନାଳ ସହ ଚୁଆ ମାନଙ୍କରେ ଗୋଳି ପାଣି ଆସୁଥିବାରୁ ଏହି ଗୋଳି ପାଣି ସମୂହ ଗ୍ରାମବାସୀ ପିଇବା ହେଉ କି ଅନ୍ୟାନ୍ୟ ଆବଶ୍ୟକୀୟ ପାଇଁ ବ୍ୟବହାର କରୁଛନ୍ତି କ୍ଷ ସେଭଳି ଅନ୍ୟାନ୍ୟ କୌଣସି ପାଣି ବ୍ୟବସ୍ଥା ନ ଥିବାରୁ ଏହି ବସୁଧା ଜଳ ଅମଳ ପ୍ରକଳ୍ପ ଏକ ମାତ୍ର ଭରସା ହୋଇ ଥିବା ବେଳେ ତୁରନ୍ତ ଏହି ପ୍ରକଳ୍ପ ର ମରାମତି ସହ ପାଣି ଯୋଗାଇବା ଆବଶ୍ୟକ ହୋଇ ପଡିଛି । ତୁରନ୍ତ ଏହି ବସୁଧା ଜଳ ଅମଳ ପ୍ରକଳ୍ପ ମରାମତି ସହ ପାଣି ଯୋଗାଇବାକୁ ଟେଲାପାଲୀ, କୁଡୁକି, ଲଦା ପଦର, କୁଟି ପଦର ଗ୍ରାମବାସୀ ଦାବୀ କରିଛନ୍ତି । ପମ୍ପ ଚାଳକ ସୀତାରାମ କହଁରଙ୍କୁ ପଚାରିବାରୁ ପ୍ରକଳ୍ପର ମେସିନ ଖରାପ ଅଛି ବୋଲି କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଦାୟିତ୍ୱରେ ଥିବା ଆରଡବ୍ଲୁ୍ୟଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ଅଜିତ ବେହେରାଙ୍କୁ ପଚାରିବାରୁ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ ତୁରନ୍ତ ପ୍ରକଳ୍ପ ମରାମତି ସହ ସେହି ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।