ଡାକ୍ତର ମାନସ ଧଳ ସମ୍ବର୍ଦ୍ଧିତ
ଚଣ୍ଡିଖୋଲ: ଉଲ୍ଲେଖନୀୟ ସେବା ପାଇଁ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଧଳଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ବଡ଼ଚଣା ବ୍ଲକ ଅମରାବତୀ ମାଘ ମହୋତ୍ସବର ଉଦ୍ୟାପନୀ ଦିବସରେ ବଡ଼ଚଣା ବିଧାୟକ ଅମର ନାୟକ ମହିଳା ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହିତ ନିଜସ୍ୱ ପାଣ୍ଠିରୁ ଔଷଧ ପ୍ରଦାନ କରି ମାନବ ସେବାକୁ ବ୍ରତ ଭାବେ ପାଳନ କରୁଥିବା ଡାକ୍ତର ଶ୍ରୀ ଧଳଙ୍କୁ ସମ୍ବର୍ଦ୍ଧିିତ କରିଥିଲେ ।