ଭିଏସଏସୟୁଟି ଏରୋଟେକର ସଫଳତା

ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିଏସଏସୟୁଟିର ଟିମ୍ ଏରୋଟେକ ଚେନ୍ନାଇରେ ସୋସାଇଟି ଅଫ ଅଟୋମୋଟିଭ ଇଞ୍ଜିନିୟରସ୍ ଦ୍ୱାରା ଅନୁଷ୍ଠିତ ଡ୍ରୋନ୍ ଡିଜାଇନ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତା ତାମିଲନାଡୁ ଏସଆରଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୧୨୪ ଦଳ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ‘ଟିମ୍ ଏରୋଟେକ୍' ମାଇକ୍ରୋ ଡିଜାଇନ୍ ରିପୋର୍ଟ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥିସହ ସମସ୍ତ ଦଳ ମଧ୍ୟରେ ମାଇକ୍ରୋ ଶ୍ରେଣୀ ଅଲ୍ ଇଣ୍ଡିଆ ରେଙ୍କ ୧୦ଏବଂ ରେଗୁଲାର ଶ୍ରେଣୀ ଅଲ୍ ଇଣ୍ଡିଆ ର୍ୟାଙ୍କ୍ ୨୦ ହାସଲ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସହକାରୀ ପ୍ରାଧ୍ୟାପିକା ଅନିଶା ଏକ୍କା, ବୈଷୟିକ ଉପସଚିବ ଡ.ସୁଧାଂଶୁ ରଞ୍ଜନ ଦାସ ଏବଂ ପୂର୍ବତନ ବୈଷୟିକ ଉପସଚିବ ଡ.ବିଦ୍ୟାଧର ରାଉତଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କର ସଫଳତା ଓଡ଼ିଶାର ଉଡାଜାହାଜ ଏବଂ ଡ୍ରୋନ୍ ଉପରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ଉସôାହିତ କରିବାରେ ସହାୟକହୋଇଛି ।