"ପ୍ରେମାର୍ଦ୍ଧଶତ’ର ହିନ୍ଦୀ ସଂକଳନ ଉନ୍ମୋଚନ
ନୂଆଦିଲ୍ଲୀ : ଓଡ଼ିଆ କବି, ସାହିତି୍ୟକ, ଲେଖକ, ଚିତ୍ରଶିଳ୍ପୀ ଡ. କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ "ପ୍ରେମାର୍ଦ୍ଧଶତ’ କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇଆଇଏମସି ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟରେ ପ୍ରବୀଣ ବକ୍ତା ବାଗ୍ମୀ ଡ଼.କୃଷ୍ଣ କେଶବ ଷଡ଼ଙ୍ଗୀ, ସ୍ୱତନ୍ତ୍ର ବକ୍ତା ଭାବେ ଡ଼ ଦେବେନ୍ଦ୍ର ମାଝୀ ଯୋଗ ଦେଇ ପୁସ୍ତକରେ କିପରି ରୀତିଯୁଗୀୟ ସାହିତ୍ୟ ଶବ୍ଦ ଭରି ରହିଛି ତାହା ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼.ବିଶ୍ୱାଳଙ୍କର ଅବାହନରେ "ପଲ୍ଲୀବାଣୀ’ ରଥର ସାରଥୀ ରାମଚନ୍ଦ୍ର ନାଥ, ସଞ୍ଜିବ ପାଟଜୋଷୀ ଏବଂ ହଜଖାସ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁସ୍ତକ ଉନ୍ମୋଚନ ଉତ୍ସବରେ ସାଂସଦ ଡ଼ ବିଭୂପ୍ରସାଦ ତରାଇ "ପ୍ରେମାର୍ଦ୍ଧଶତକ’ ହିନ୍ଦୀ ସଂସ୍କରଣକୁ ଉନ୍ମୋଚିତ କରିଥିଲେ । ସ୍ୱତନ୍ତ୍ର ବକ୍ତା ଭାବେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଡ଼. ଦୀନେଶ କୁମାର ମାଲୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼. ରମାକାନ୍ତ ଶର୍ମା , ଡ଼. ଡିପି ମିଶ୍ର ପ୍ରମୁଖ ପ୍ରେମାର୍ଦ୍ଧଶତକ ପୁସ୍ତକ ନିଶ୍ଚିତ ଭାବରେ ସାହିତ୍ୟ ଜଗତ ପାଇଁ ପ୍ରାଣର ସମ୍ଭାର ସୃଷ୍ଟି କରିପାରିଛି । ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କର କଣ୍ଠରେ ଡ଼. କୁଳମଣି ବିଶ୍ୱାଳଙ୍କର ରଚିତ ସଙ୍ଗୀତ ସହିତ ଡ଼. ବିଶ୍ୱାଳଙ୍କର ଜୀବନ୍ତ ଚିତ୍ରକଳା ସଭାଟିକୁ ମନ୍ତ୍ରମୁଗ୍ଧ କରୁଥିବାବେଳେ ନୃତ୍ୟଶିଳ୍ପୀ ଦିବ୍ୟାସିଂ ରାଉତ, ଦକ୍ଷ୍ୟା ସାମଲ, ସ୍ନେହାଲି ଜେନା, ପ୍ରିୟଦର୍ଶିନୀମାନଙ୍କର ନୃତ୍ୟ ଓ ସଙ୍ଗୀତପରିବେଷଣ କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କର ଧନ୍ୟବାଦ ପ୍ରସ୍ତାବ ଅତ୍ୟନ୍ତ ଭାବ ବିହ୍ୱଳ ସୃଷ୍ଟି କରିଥିଲା । ଏହି ଅବସରରେ କୋଲ ଇଣ୍ଡିଆର ଅଧ୍ୟକ୍ଷ ପି.ଏମ ପ୍ରସାଦ ଓପିଜିସିର ବିତ୍ତ୍ୱାଧିକାରୀ ଗଗନ ବିହାରୀ ସ୍ୱାଇଁ ଏବଂ ଡ଼ ବିପିନ ମିଶ୍ର ଏବଂ ଯୋଗେଶ ସାଇଗଲ ପ୍ରମୁଖ ଡ଼ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗୋବର୍ଦ୍ଧନ ଧଳ, ରିତା ପାତ୍ର ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।