ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ
ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଆଜି ଦିନ ଦୁଇଟା ସମୟରେ ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ପରିବାରର ସମର୍ଥନ ନମିଳିବାରୁ ଉଭୟ ଆତ୍ମହତ୍ୟା ଉଦ୍ୟମ କରି ବିଷ ପିଇ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପଛପଟେ ଗୁରୁତର ଅବସ୍ଥାରେ ପଡିଥିବାର ସୂଚନା ପାଇଁ ଉଭୟଙ୍କୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାପରେ ଜିଲ୍ଲା ମୁଖ୍ୟ ଚିକିସôାଳୟ ଜଗତସିଂହପୁର ଓ ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିସôା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବାର ସୂଚନା ମିଳିଛି ।